Ganjam

ବ୍ୟାଙ୍କ ସାଇରନ୍ ବାଜିବାରୁ ଚମ୍ପଟ ମାରିଲେ ଲୁଟେରା, ଟଙ୍କା ଲୁଟ୍ ଉଦ୍ୟମ ବିଫଳ

ଗଞ୍ଜାମ : ବ୍ୟାଙ୍କ ସାଇରନ୍ ବାଜିବାରୁ ଚମ୍ପଟ ମାରିଲେ ଲୁଟେରା । କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ଼ ଛକରେ ଥିବା ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ଲୁଟ୍ ଉଦ୍ୟମ ବିଫଳ ହୋଇଛି । ଲୁଟେରା ମାନେ ବ୍ୟାଙ୍କ ମୁଖ୍ୟ ଫାଟକର ତାଲା ସହ ସିସିଟିଭି ଭାଙ୍ଗି ଲୁଟ୍ ଉଦ୍ୟମ କରିଥିଲେ । ହେଲେ ଏତିକି ବେଳେ ବ୍ୟାଙ୍କରେ ଲାଗିଥିବା ସାଇରନ୍ ହଠାତ୍ ବାଜି ଉଠିଥିଲା । ସାଇରନ ବାଜିବାରୁ ଲୁଟେରା ମାନେ ଭୟଭିତ ହୋଇ ସେଠାରୁ ଚମ୍ପଟ୍ ମାରିଥିବା ଜଣାପଡିଛି । ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।

Related Articles

Leave a Reply

Your email address will not be published.

Back to top button