ଅପରାଧଓଡ଼ିଶା

କନ୍ଧମାଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଫରିଙ୍ଗିଆ : କନ୍ଧମାଳ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଉପର ପାଙ୍ଗା ପଞ୍ଚାୟତର ଶିକାରୀ ଗ୍ରାମ ନିକଟ ଜଙ୍ଗଲରୁ ପ୍ରାୟ 8 କୁଇଣ୍ଟାଲ 25 କେଜି ଗଞ୍ଜେଇ ଜବତ କରିଛି ଫିରିଙ୍ଗିଆ ପୋଲିସ । ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଗଞ୍ଜେଇ ଚୋରାଚାଲାଣ ବିଷୟରେ ଖବର ପାଇବା ପରେ ଏକ ଟିମ ଗଠନ କରି ଉକ୍ତ ଜଙ୍ଗଲରେ ଚଢାଉ କରିଥିଲେ । ସେଠାରେ ଏକ କୁଡିଆରୁ 8 କୁଇଣ୍ଟାଲ 25 କେଜି ଗଞ୍ଜେଇ ଜବତ କରାଯାଇଛି । ପୋଲିସର ଚଢାଉ ସମ୍ପର୍କରେ ପୂର୍ବରୁ ଖବର ପାଇ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନେ ଜାଗାଛାଡି ସେଠାରୁ ଫେରାର ହୋଇଯାଇଛନ୍ତି । ପୋଲିସ ଉକ୍ତ ଗଞ୍ଜେଇ ଜବତ କରିସାରିବା ପରେ ଥାନାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛନ୍ତି ଫିରଙ୍ଗିଆ ଥାନା ଅଧିକାରୀ । 

Leave a Reply

Your email address will not be published.

Back to top button