ଜାତୀୟରାଜନୀତି

ଏଲଜି ଶିକ୍ଷକଙ୍କ ଅପମାନ କରିଛନ୍ତି

ନୂଆଦିଲ୍ଲୀ: ଶିକ୍ଷା ବିଭାଗ ଉପରେ ଏଲଜିଙ୍କ ଅଭିଯୋଗ ମିଥ୍ୟା। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏଲଜି ଭି କେ ସକ୍ସେନାଙ୍କୁ ଚିଠି ଲେଖି ଜବାବ ଦେଇଛନ୍ତି।  ସିସୋଦିଆ କହିଛନ୍ତି, ଦିଲ୍ଲୀ ସରକାରର ସ୍କୁଲ ସମ୍ପର୍କରେ ମିଛ କହି ଏଲଜି ଶିକ୍ଷକଙ୍କ ଅପମାନ କରିଛନ୍ତି। ଦିଲ୍ଲୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୪.୫ ଲକ୍ଷରୁ ୧୮ ଲକ୍ଷକୁ ବୃଦ୍ଧି ପାଇଛି। ତେଣୁ ଏଲଜି ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମର ଅପମାନ ନ କରନ୍ତୁ।

ଏଲଜି ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା, ଡିଡିଏ ପ୍ଲାଣ୍ଟସ, ଶ୍ରେଣୀଗୃହ ନିର୍ମାଣ, ଫଳାଫଳକୁ ନେଇ ମିଥ୍ୟା କହୁଛନ୍ତି। ଗେଷ୍ଟ ଟିଚରଙ୍କୁ ଘୋଷ୍ଟ ଟିଚର କହି ଏଲଜି ଶିକ୍ଷକଙ୍କ ଅପମାନ କରିଛନ୍ତି। ସମ୍ବିଧାନରେ ଏଲଜିଙ୍କ କାମ ଆଇନ ବ୍ୟବସ୍ଥାକୁ ଠିକ କରିବା। ତେଣୁ ସେ ଆଇନ ବ୍ୟବସ୍ଥାକୁ ସଜାଡି ଆମକୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଦିଅନ୍ତୁ ବୋଲି କହିଛନ୍ତି ସିସୋଦିଆ।

କାଲି ଏଲଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଙ୍କୁ ଯେଉଁ ଚିଠି ଲେଖିଥିଲେ ସେଥିରେ ଉଲ୍ଲେଖ କରିଥିଲେ କି, ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଯେଉଁ ଦାବି ସରକାର କରୁଛି ତାହା ମିଛ ଓ ପୂର୍ବ ତୁଳନାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହ୍ରାସ ପାଇଛି ତଥା ନାମଲେଖାରେ ମଧ୍ୟ ବ୍ୟାପକ ହ୍ରାସ ଆସିଛି।

ସେପଟେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କାଲି ଉପରାଜ୍ୟପାଳ ଭି କେ ସକ୍ସେନାଙ୍କୁ ଚିଠି ଲେଖି ୨୧ ଜାନୁଆରୀ ଅପରାହ୍ନ ଏକଟାରେ ବିଧାୟକମାନଙ୍କ ସହ ବୈଠକ ପରେ ମଧ୍ୟାହ୍ନ ଭୋଜନରେ ତାଙ୍କୁ ଭେଟିବାକୁ ଇଛା ପ୍ରକାଶ କରିଥିବା ଏଲଜି ଅଫିସ ତରଫରୁ ଏହି ସାକ୍ଷାତକାରକୁ ମନା କରାଯାଇଥିବା ସିଏମ ଅଫିସ ସୂତ୍ରରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ୧୬ ଜାନୁଆରୀରେ ବିଧାନସଭାରୁ ଏଲଜି ଅଫିସ ପର୍ଯ୍ୟନ୍ତ ପ୍ରଦର୍ଶନ କରି  ଏଲଜିଙ୍କୁ ବିଧାୟକମାନେ ଭେଟିବାକୁ ଚାହିଁଥିଲେ। କିନ୍ତୁ  ସମସ୍ତ ବିଧାୟକମାନଙ୍କୁ ମିଳିବାକୁ ମନା କରିଦେଇଥିଲେ ଏଲଜି।  ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏଲଜି କହିଥିଲେ କି, ବିନା କୌଣସି ପୂର୍ବ ସୂଚୀରେ ହଠାତ୍ ସମସ୍ତ ବିଧାୟକଙ୍କ ସହ ମିଳିବା ସମ୍ଭବ ନ ଥିଲା। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶନିବାର ଦିନ ମଧ୍ୟାହ୍ନ ଭୋଜନ କାଳରେ ଏଲଜିଙ୍କୁ  ଭେଟିବାକୁ ଅନୁମତି ମାଗିଥିଲେ।

Related Articles

Leave a Reply

Your email address will not be published.

Back to top button