ମନାଲିର ଉଡ଼ନ୍ତା ରେଷ୍ଟୁରାଣ୍ଟ…ଦେଖନ୍ତୁ କଣ ରହିଛି ସୁବିଧା

ହିମାଚଳ ପ୍ରଦେଶକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ମନାଲିକୁ ବୁଲିବାକୁ ଆସୁଥିବା ଫ୍ଲାଇଙ୍ଗ ରେଷ୍ଟୁରାଣ୍ଟ ରେ ଫ୍ଲାଇଙ୍ଗ ଡାଇନିଙ୍ଗର ମଜା ନେଇପାରିବେ ପର୍ଯ୍ୟଟକ। ଏହି ଫ୍ଲାଇଙ୍ଗ ରେଷ୍ଟୁରାଣ୍ଟ ପ୍ରଥମ କରି ମନାଲିରେ ଖୋଲିଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସାଜିବ। ଏବେ, ଏଠାକୁ ଯେ କେହି ବି ବୁଲିବାକୁ ଆସୁଥିବା ଲୋକେ ଏହି ଫ୍ଲାଇଙ୍ଗ ଡାଇନିଙ୍ଗର ମଜା ନେବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ଏଥିରେ ସନ୍ଦେହ ନାହିଁ।

ହିମାଚଳ ପ୍ରଦେଶ ସ୍ଥିତ ମନାଲି ହିଲ ଷ୍ଟେସନ ଖୁବ ସୁନ୍ଦର ଭାବେ ଜଣାଶୁଣା। ଏହି ହିଲ ଷ୍ଟେସନ ଦେଖିବାକୁ ଦେଶ ତଥା ବିଦେଶରୁ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ଏଠାକୁ ଥରେ ଯିଏ ଆସିଛି ବାରମ୍ୱାର ଏଠାକୁ ଆସିବାକୁ ପସନ୍ଦ କରିଥାଏ। ଏହାସହ ପାହାଡ, ନଦୀ, ଝରଣା , ଘାଟିରେ ବୁଲିବା ସହ ହୋଟେଲ, ରେଷ୍ଟୁରାଣ୍ଟରେ ରହିବା ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି ପର୍ଯ୍ୟଟକ।
ଏହା ଭିତରୁ ମନାଲି ଫ୍ଲାଇଙ୍ଗ ରେଷ୍ଟୁରାଣ୍ଟ । ଏହି ନାଁଟି ଶୁଣିଲେ ଲାଗୁଛି ସତେ ଯେମିତି ରେଷ୍ଟୁରାଣ୍ଟ ସହ ଉଡିବାକୁ ସୁଯୋଗ ମିଳିବ। ହଁ ଆମେ ଆପଣଙ୍କୁ କହୁଛୁ ଏକ ବିଳାସପୂର୍ଣ୍ଣ ହୋଟଲ ସହ ଉଡିବାର ମଜା ନେଇପାରିବେ ସ୍ଥାନୀୟଲୋକେ ତଥା ପର୍ଯ୍ୟଟକମାନେ। ଏହା ନୂଆ ଭାବେ ଖୋଲା ଯାଇଥିବା ରେଷ୍ଟୁରାଣ୍ଟ, କେବଳ ଖାଇବା ପିଇବା ସହ ରାନିସୁଇ, ଇନ୍ଦ୍ରାକିଲା, ହାମଟା ଏବଂ ରୋହଟାଙ୍ଗର ପାହାଡ ମଧ୍ୟ ଦେଖିପାରିବେ। ୧୭୦ ଫୁଟରୁ ଅଧିକ ଉଚ୍ଚତାରେ ରେସ୍ତୋରାଁଟି ଏକ କ୍ରେନ ସାହାର୍ଯ୍ୟରେ ନିର୍ମିତ ହୋଇଛି ।

ଏହାକୁ ଦେଖିଲେ ଆକାଶରେ ଉଡିବା ଭଳି ଲାଗିବ। ଏହା ସ୍ଥାନୀୟ ତଥା ପର୍ଯ୍ୟଟକଙ୍କ ପାଇଁ ଅତ୍ୟନ୍ତ ଖୁସି ଆଣି ଦେଇଥିବା ବେଳେ ଏହାର ଖୁବ ମଜା ମଧ୍ୟ ଉଠାଇପାରିବେ । ଏହା ହେଉଛି ହିମାଚଳପ୍ରଦେଶରେ ପ୍ରଥମ ରେଷ୍ଟୁରାଣ୍ଟ। ଏହାକୁ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ଠାକୁର ଉଦଘାଟନ କରିଛନ୍ତି । ଏହି ରେଷ୍ଟୁରାଣ୍ଟ ଖୋଲିବା ଦ୍ବାରା ମନାଲିରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବା ସହ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ଆହୁରି ନାଁ କରିବ। ଯାହା ପର୍ଯ୍ୟଟକଙ୍କ ପାଇଁ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବା ସହ ମାଇଲଖୁଣ୍ଟ ହେବ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ। ଦେଶରେ ଉଚ୍ଚତାରେ ପ୍ରଥମ ଫ୍ଲାଏ ଡାଇନିଂକୁ ଆରମ୍ଭ କରାଯାଇ ହିମାଚଳ ପ୍ରଦେଶ ପର୍ଯ୍ୟଟନରେ ଏକ ନୂତନ ଅଧ୍ୟାୟ ଯୋଡା ହୋଇଛି। ଗୋଆ ଏବଂ ନୋଏଡା ପରେ ହିମାଚଳରେ ଏହି ଫ୍ଲାଇଂ ଡାଇନିଂ ଦେଶର ତୃତୀୟ ଫ୍ଲାଏ ଡାଇନିଂ ଭାବେ ନିର୍ମାଣ ହୋଇଛି।
ମନାଲିରେ ପର୍ଯ୍ୟଟକଙ୍କୁ ଉତ୍ସାହିତ କରିବା ପାଇଁ ବହୁ ଉଚ୍ଚରେ ଅର୍ଥାତ ଆକାଶରେ ଖାଇବାର ମଜା ନେବା ସହ ଉଡୁଥିବା ଭଳି ଅନୁଭବ କରିହେବ। ଏହା ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ୨୨୫୦ ମିଟର ଉଚ୍ଚରେ ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି। ଏହା ମନାଲିର ପ୍ରଥମ ଫ୍ଲାଇଙ୍ଗ ରେଷ୍ଟୁରାଣ୍ଟ ଭାବେ ପ୍ରସ୍ତୁତ କରାଯାଇଛି। ଏଥିରେ ୨୪ ଲୋକ ଏକାସାଙ୍ଗରେ ଏହି ଫ୍ଲାଇଙ୍ଗ ରେଷ୍ଟୁରାଣ୍ଟକୁ ଉପଭୋଗ କରିପାରିବେ। ଏହାସହ ୧୭୦ ଫୁଟ ଉଚ୍ଚତାରେ ପ୍ରତ୍ୟକ ବ୍ୟକ୍ତି ୩୯୯୯ ଟଙ୍କାରେ ମଧ୍ୟାହ୍ନ ଭୋଜନ କିମ୍ୱା ରାତ୍ରୀ ଭୋଜନ କରିପାରିବେ ବୋଲି କହିଛନ୍ତି ରେଷ୍ଟୁରାଣ୍ଟ ମାଲିକ ଦମନ କପୁର। ସେପଟେ ପର୍ଯ୍ୟଟନକୁ ଆହୁରି ଆକର୍ଷଣୀୟ କରିବାକୁ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ମନାଲି ଗାଁରେ ପ୍ରକୃତି ପାର୍କ ମଧ୍ୟ ଆଜି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି।