ଜାତୀୟ

ଛତୁ ଚାଷ କରି ସ୍ବାବଲମ୍ବୀ ହେଉଛନ୍ତି କିର୍ତ୍ତିପୁର ଗାଁ ମହିଳା

ସୁବର୍ଣ୍ଣପୁର: ମହିଳାମାନଙ୍କୁ ସମ୍ମାନର ସହ ବଂଚିବା ପାଇଁ ରାହା ଦେଇଛି ଛତୁ ଚାଷ ।  ନିଜ ପରିବାର ଚଳାଇବା ସହିତ ଜୀବିକା ନିର୍ବାହରେ ସାହାଯ୍ୟ କରୁଛନ୍ତି ।  କିଏ ନଡା କାଟୁଛି ତ କିଏ ନଡାକୁ ପାଣିରେ ଭିଜାଉଛି ।

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କିର୍ତ୍ତିପୁର ଗାଁରେ କିଛି ମହିଳା ମିଶି ମହିମା ଛତୁ ଫାର୍ମ କରିଛନ୍ତି । ଗାଁର ଦଶ ଜଣ ମହିଳାଙ୍କୁ ନେଇ ଏକ ଗୃପ ଗଠନ କରାଯାଇଥିବାବେଳେ ସେମାନେ ଛତୁ ଚାଷ କରି ଏବେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ମହିଳାମାନେ ଘରେ ରହି ପରିବାର ଚଳାଇବାରେ ଅସୁବିଧା ସମ୍ମୁଖିନ ହେଉଥିବାବେଳେ ଏବେ ଏହି ଛତୁ ଫାର୍ମରୁ ମୁଣ୍ଡପିଛା ମାସକୁ ୫ ରୁ ୬ ହଜାର ଟଙ୍କା ରୋଜଗାର କରି ପାରିଛନ୍ତି । ଦିନକୁ ପ୍ରାୟ ୧୦ ରୁ ୧୫ କେଜି ଛତୁ ଉତ୍ପାଦନ କରି ବଜାରରେ ବିକ୍ରି କରି ଭଲ ଦି ପଇସା ପାଉଛନ୍ତି ମହିଳାମାନେ।  

କୋଭିଡ ସମୟରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ କରିଥିଲେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ରାଜ୍ୟ ସରକାର  I  ଏହି କ୍ରମରେ ସୋନପୁର ବ୍ଲକ କିର୍ତିପୁର ଗାଁର ଅସହାୟ ମହିଳାମାନଙ୍କୁ ଏକାଠି କରି ଛତୁ ଫାର୍ମ କରିବା ପାଇଁ ପ୍ରଥମେ ତାଲିମ ପ୍ରଦାନ  କରାଯାଇଥିଲା । ୨୫୦ ଶଯ୍ୟା ବିଶିଷ୍ଟ ଏହି ଫାର୍ମ ପାଇଁ ମୋଟ ୨ ଲକ୍ଷ ୬୨ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛି ଏକ୍ସନ ଏଡ। ଏବଂ ଏହାର ତଦାରଖ ପାଇଁ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆରକୁ ଦାୟିତ୍ୱ ଦିଆଯାଇଛି।

ଗଣପତି ବାଘଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button