ଜାତୀୟମନୋରଞ୍ଜନ

ନାବାଳିକାଙ୍କୁ ଉଲଗ୍ନ ହେବାକୁ କହୁଥିଲେ ସାଜିଦ!

() ବିଗ୍ ବସ୍ ପ୍ରତିଦ୍ୱନ୍ଦୀ ତଥା ଫିଲ୍ମ ନିର୍ଦେଶକ ସାଜିଦ ଖାନଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ନୁହେଁ, ଦଶ ଦଶ ଜଣ ଯୁବତୀ ଆଣିଥିଲେ ସଙ୍ଗୀନ ଅଭିଯୋଗ। ତା ପୁଣି ମି ଠୁ କ୍ୟାମ୍ପେନ ଜରିଆରେ। ହାଉସଫୁଲ-୪ ଓ ହମସକଲରେ ରୋଲ୍ କରିବାକୁ ହେଲେ ଅଡିସନରେ କିଛି ନାବାଳିକାଙ୍କୁ ଉଲଗ୍ନ ହେବାକୁ ପଡ଼ିବ ବୋଲି ବାଧ୍ୟ କରୁଥିବା ଅଭିଯୋଗ ଆସିଛି। ଏହି ଅଭିଯୋଗ ଦିଲ୍ଲୀ ମହିଳା କମିଶନଙ୍କ ଦୃଷ୍ଟିକୁ ଆସିବା ପରେ ଏହା ଉପରେ ତ୍ୱରିତ ଆକ୍ସନ ନେବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଛନ୍ତି କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ୍।

ତୁରନ୍ତ ସାଜିଦଙ୍କୁ ବିଗ ବସ୍ ସୋରୁ ହଟାଇବା ସହ ବିଗ୍‌ ବସ୍ ବିରୁଦ୍ଧରେ ଆକ୍ସନ ସାଙ୍ଗକୁ ସମସ୍ତ ଅଭିଯୋଗର ପୁଙ୍ଖାନୁପୁଙ୍ଖ ପାଇଁ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛନ୍ତି ସ୍ୱାତୀ। ହେଲେ ଏ ଯାବତ୍ କୌଣସି ଆକ୍ସନ ହେଲାନି କହି କ୍ଷୋଭ ଝାଡ଼ିଛନ୍ତି ସ୍ୱାତୀ। ଆଉ ଏଭଳି ଅଭିଯୋଗ ଭିତ୍ତିରେ ଆକ୍ସନ ନେବାକୁ ଅପିଲ୍ କରିବା ପରେ ପାଲଟା ତାଙ୍କୁ ସୋସିଆଲ ମିଡିଆରେ ଦୁଷ୍କର୍ମ କରିବାକୁ ଧମକ ଦିଆଯାଉଛି ବୋଲି କହିଛନ୍ତି ସ୍ୱାତୀ ମାଲିଓ୍ୱାଲ୍। ଏ ସମ୍ପର୍କିତ ମାମଲା ଦିଲ୍ଲୀ ପୁଲିସରେ ରୁଜୁ କରିଛନ୍ତି ସ୍ୱାତୀ।

୨୦୧୮ରେ ୧୦ଜଣ ମହିଳା ମି ଠୁ କ୍ୟାମ୍ପେନ ଜରିଆରେ ସାଜିଦ ଖାନ କେମିତି ଫିଲ୍ମରେ ରୋଲ୍ ଦେବାକୁ କହି ସେମାନଙ୍କୁ ଯୌନଶୋଷଣ କରିଥିଲେ, ତାହାର ଅବତାରଣା କରିଥିଲେ। ଆଉ ଏଭଳି ବ୍ୟକ୍ତିଙ୍କୁ କେମିତି ବିଗ୍ ବସରେ ସ୍ଥାନ ମିଳିଲା, ତାକୁ ବିରୋଧ କରିଛନ୍ତି ସ୍ୱାତୀ। ଅକ୍ଟୋବର ପହିଲାରୁ ଆରମ୍ଭ ବିଗ୍ ବସ୍ ସିଜିନ୍ ୧୬ରେ ସାଜିଦଙ୍କୁ ଦେଖିବାକୁ ମିଳିଛି। ସଲୋନି ଚୋପ୍ରା, ସେରଲିନ ଚୋପ୍ରା, ଆହାନା କୁମ୍ରା ଓ ମନ୍ଦନା କର୍ମୀଙ୍କ ଭଳି ଅନେକ ଅଭିନେତ୍ରୀ ସାଜିଦଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। କଲର୍ସରେ ସାଜିଦଙ୍କୁ ବିଗ୍‌ବସରେ ନେବା ପରେ ଗାୟିକା ସୋନା ମହାପାତ୍ର ବି କଡ଼ା ସମାଲୋଚନା କରିଥିଲେ। ଇନଷ୍ଟାଗ୍ରାମରେ ଫିଲ୍ମ ମେକର ଫାରହାନ ଅଖତାରଙ୍କୁ ବି ସୋନା ଅନୁରୋଧ କରିଛନ୍ତି। ବିଗ୍‌ ବସର ରିଅଲିଟି ସୋ ରୁ ସାଜିଦଙ୍କୁ ହଟାଇବାକୁ ସ୍ୱର ଉତ୍ତୋଳନ କରନ୍ତୁ। ଇଣ୍ଡିଆ ମି ଠୁ କ୍ୟାମ୍ପେନରେ ସାଜିଦ, ସଙ୍ଗୀତ ନିର୍ଦେଶକ ଅନୁ ମଲ୍ଲିକ, ଗାୟକ କୈଳାସ ଖେର୍ ଙ୍କ ବିରୁଦ୍ଧରେ ଯୌନଶୋଷଣ ଅଭିଯୋଗ ଆସିଥିଲା। ହେଲେ ଏମାନେ ଏବେ  ସବୁ ବିଗ୍  ରିଅଲିଟି ସୋ ରେ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button