ଓଡ଼ିଶାଧର୍ମ

ପବିତ୍ର ଶୀତଳ ଷଷ୍ଠୀ ଉପଲକ୍ଷେ ଶୈବ ପୀଠରେ ସ୍ଵଚ୍ଛତା ଅଭିଯାନ

ସୁବର୍ଣ୍ଣପୁର : ପବିତ୍ର ଶୀତଳ ଷଷ୍ଠୀ ପାଇଁ ସ୍ଵଚ୍ଛଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ଗତ ରବିବାର ଠାରୁ ଆଜିଯାଏ ସହରର ଇଷ୍ଟ ଦେବ ସୁବର୍ଣ୍ଣମେରୁ ମନ୍ଦିର, ଶ୍ରୀ ରାମେଶ୍ଵର ମନ୍ଦିର ଓ ଶ୍ରୀ ଲୋକନାଥ ମନ୍ଦିର ସମେତ ବିଭିନ୍ନ ଶୈବ ପୀଠରେ ସଫେଇ ଓ ପଲିଥିନ ମୁକ୍ତ ଅଭିଯାନ କରାଯାଇଛି ।

ସଂଗଠନର ଉଦ୍ୟୋକ୍ତା ସୟଦ ଅଲିମୁଲ ଇସଲାମଙ୍କ ନେତୃତ୍ଵରେ ଉପଦେଷ୍ଟା ଗରିବ ଲୋଇ, ଇନ୍ଦୁମତୀ ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ କ୍ରମାଗତ ଭାବେ ଅନୁଷ୍ଠିତ ଏହି ଶିବିରରେ ପ୍ରହଲ୍ଲାଦ ମିଶ୍ର, ରାମଚନ୍ଦ୍ର ଅଗ୍ରୱାଲା, ପ୍ରତାପ ଦାଶ, ଜୟନାରାୟଣ ସାହୁ, ସୁଶାନ୍ତ ସାହୁ, ତରଣି ମେହେର, ଲଡ଼ୁକିଶୋର ମଲ୍ଲିକ, ପ୍ରମୋଦ ସାହୁ, ପ୍ରଫୁଲ୍ଲ ନାଏକ, ନାରାୟଣ ରଥ, ଜୟନ୍ତ ବେହେରା, ବୈକୁଣ୍ଠ ଶତପଥୀ, କଳାକାଁହୁ ଦାଶ,ରୋମୁ ତିୱାର, ଦିଲ୍ଲୀପ ଭୁକ୍ତା, ବୃନ୍ଦାବନ ରଥ, ଜୟନ୍ତୀ ରଥ, ତ୍ରିଲୋଚନ ତରିଆ, କ୍ରିଷ୍ଣା ମେହେର, ଡା, ସରୋଜ ପଟେଲ ପ୍ରମୁଖ ସାମିଲ ଥିଲେ। କୋ-ଡିନେଟର ମନୋରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave a Reply

Your email address will not be published.

Back to top button