Latest Newsଓଡ଼ିଶାରାଜନୀତି

ରାଜଧାନୀରେ ଆଇନଶୃଙ୍ଖଳା ବିଗାଡୁଛନ୍ତି ବିଜେଡି ଓ ତାଙ୍କ କର୍ପୋରେଟର : ବାବୁ ସିଂ

ଭୁବନେଶ୍ୱର,  ୧୨ ମଇ – ରାଜଧାନୀରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ । ଗୁଣ୍ଡାଗର୍ଦ୍ଦି କରୁଛନ୍ତି ଶାସକ ଦଳର କର୍ପୋରେଟର । ଭୁବନେଶ୍ୱର ଏବେ ଅପରାଧିମାନଙ୍କର ସହର ପାଲଟିଥିବାବେଳେ ବିଜେଡି କର୍ପୋରେଟରମାନେ ସେମାନଙ୍କୁ ସହଯୋଗ କରୁଛନ୍ତି । ଗୁଣ୍ଡାମାନଙ୍କୁ ସହଯୋଗ କରୁଥିବା କର୍ପୋରେଟରମାନଙ୍କୁ ବିଜେଡି ଦଳ କଣ ବାଛି ବାଛି ଟିକେଟ ଦେଉଛି କି? ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ କରିଛନ୍ତି । ଭୁବନେଶ୍ୱର ମହାନଗର ନିର୍ବାଚନକୁ ଏକ ବର୍ଷ ପୂରିଲା । ବର୍ଷେ ଉପଲବ୍ôଧରେ ବଡ ଭାଗ ନିର୍ବାଚିତ ପ୍ରତିନିଧି ତାଙ୍କର ସହଯୋଗୀମାନଙ୍କୁ ଆତଙ୍କ । ଏବେ ଏବେ ଅନେକ ଗୁଡିଏ ଘଟଣା ଭିତରୁ ଏହି ଦୁଇ ତିନୋଟି ଉଦାହରଣ ଭାରତୀୟ ଜନତା ପାର୍ଟି ଦେଉଛି ।

ନିକଟରେ ୱାର୍ଡ ନଂ-୮ର କର୍ପୋରେଟର ଲାଲ ମୋହନ ଟୁଡୁଙ୍କ ସ୍ତ୍ରୀ ଦୀର୍ଘଦିନ ଧରି ଚୋରା ମଦ ବ୍ୟବସାୟରେ ସଂପୃକ୍ତ ଥିବା ସତ୍ୱେ କର୍ପୋରେଟରଙ୍କ ସ୍ତ୍ରୀ ହୋଇଥିବା ହେତୁ ଗତକାଲି ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ କ୍ରମେ ବାଧ୍ୟ ହୋଇ ଅବକାରୀ ବିଭାଗ ଆଇନକୁ ଆଖିଠାର ମାରିଲା ଭଳି ଥାନାକୁ ଡାକି ଛାଡି ଦେଇଛନ୍ତି । ରାଜଧାନୀରେ ଏକ ମାସ ତଳେ ୱାର୍ଡ ନଂ-୨୦ର କର୍ପୋରେଟର ପୋଲିସ ସାଙ୍ଗରେ ହାତାହାତୀ ହେଲେ କିନ୍ତୁ ତାର କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେବା ଫଳରେ ବିଜେଡି କର୍ମୀମାନେ ଆତଙ୍କ ଖେଳାଇବାକୁ ଉତ୍ସାହିତ ହେଉଛନ୍ତି ।

ସେହିଭଳି ରାଜଧାନୀ ଭୁବନେଶ୍ୱରରେ ଜମି ଦଖଲକୁ ନେଇ କିଛି ଗୁଣ୍ଡା ମାତିଛନ୍ତି । ସାଙ୍ଗରେ କିଛି ବାଉଁସରଙ୍କୁ ଧରି ଜମି ଦଖଲ କରିବା ଏମାନଙ୍କର ବ୍ୟବସାୟ । ଏହାଦ୍ୱାରା ରାଜଧାନୀ ଭୁବନେଶ୍ୱରରେ ବହୁ ନିରୀହ ଜମି ମାଲିକ ନିଜର ଜମି ହରେଇ ବସୁଛନ୍ତି । ଏଥିରେ କିଛି ଗୁଣ୍ଡା ଶ୍ରେଣୀୟ ଲୋକ ସହଯୋଗ କରୁଛନ୍ତି ଜମି ମାଲିଙ୍କଠୁ ଜମି ଛଡେଇ ନେବାରେ । ଆଇଆରସି ଭିଲେଜରେ ଏକ ଜମିର ଦଖଲ ପାଇଁ ରାଜଧାନୀର କିଛି ଗୁଣ୍ଡାମାନେ ବାଉଁଶରଙ୍କ ସହାୟତାରେ ଗଣ୍ଡଗୋଳ କରିଥିଲେ । ତାର ଅଗ୍ରଭାଗରେ ଭୁବନେଶ୍ୱର ୱାର୍ଡ ନଂ ୨୫ ଓ ୱାର୍ଡ ନଂ ୩୭ର କର୍ପୋରେଟରଙ୍କ ସ୍ୱାମୀ ବା ମିଷ୍ଟର କର୍ପୋରେଟରମାନେ ନେତୃତ୍ୱ ନେଇଥିଲେ । ଏହି ଘଟଣାରେ ପୋଲିସ କିଛି ଗୁଣ୍ଡାଙ୍କୁ ଗିରଫ କରିଥିଲେ ମଧ୍ୟ ଦୁଇଜଣ କର୍ପୋରେଟର ସ୍ୱାମୀଙ୍କ ନାମ ଏଫଆଇଆର କପିରେ ଥିଲେ ବି ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ସେମାନଙ୍କୁ କୋର୍ଟରୁ ଆଗୁଆ ଜାମିନ ପାଇବା ପାଇଁ ସୁବିଧା ହେଲା । ଜମି ଜବରଦଖଲ ଏବଂ ଜମି ହଡପ ଭଳି ଜଘନ୍ୟ କାର୍ଯ୍ୟରେ ଲିପ୍ତ ଥିବା ସତ୍ୱେ ପୋଲିସ ନୀରବ ।

ଏଥିରୁ ସ୍ପଷ୍ଟ ବିଜେଡିର କର୍ମୀମାନେ ଗୁଣ୍ଡାଗର୍ଦ୍ଦି ଓ ଅରାଜକତା ସୃଷ୍ଟି କରୁଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପରୋକ୍ଷରେ ସାହାର୍ଯ୍ୟ ସହଯୋଗ କରୁଛି । ଫଳରେ ବିଜୁ ଜନତା ଦଳର କର୍ମୀମାନେ ରାଜଧାନୀରେ ଆତଙ୍କ ଖେଳାଉଛନ୍ତି । ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ଏହା ବିରୁଦ୍ଧରେ ଏକ ବଡ ଆନ୍ଦୋଳନ କରିବ ବୋଲି ଶ୍ରୀ ସିଂ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

————–

Related Articles

Leave a Reply

Your email address will not be published.

Back to top button