ଜାତୀୟଦୁର୍ଘଟଣା

ମୋର୍ବି ପୋଲ ଟ୍ରାଜେଡି: ରାଜ୍ୟବ୍ୟାପୀ ଶୋକ ପାଳନ

ଗାନ୍ଧୀନଗର: ମୋର୍ବି ମଚ୍ଛୁ ପୋଲ ଦୁର୍ଘଟଣାକୁ ଦୁଇ ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଖୋଜଙ୍କ ଖୋଜା ଚାଲିଛି। ମାମଲାରେ ମୋର୍ବି କୋର୍ଟ ରାୟ ଶୁଣାଇଛନ୍ତି। ଗିରଫ ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ୪ ଦିନିଆ ପୁଲିସ ହାଜତକୁ ଅନୁମତି ଦେଇଥିବା ବେଳେ ୫ ଜଣଙ୍କୁ ନ୍ୟାୟିକ ହଜାତକୁ ପଠାଇ ଦେଇଛନ୍ତି। ପୁଲିସ କଷ୍ଟଡିକୁ ପଠାଯାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଓରେବା କମ୍ପାନୀର ଓ ଅନ୍ୟ ଦୁଇ ଜଣ ଠିକାଦାରର ଲୋକ ବୋଲି ଜଣାପଡିଛି।

ଏନଡିଆରଏପ ସହାୟକ କମାଣ୍ଡେଟ ରାକେଶ କୁମାର କହିଛନ୍ତି କି, ନିଖୋଜ ଲୋକଙ୍କ ଖୋଜା ଚାଲିଛି। ସେପଟେ ମାମଲାରେ ମୁଖ୍ୟମନ୍ତ୍ରୀ ବୁପେନ୍ଦ୍ର ପଟେଲ ମୃତକଙ୍କ ପାଇଁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ସେପଟେ ଏହି ଘଟଣାରେ ମୋର୍ବି ବାର ଆସୋସିଏସନରେ ବରିଷ୍ଠ ଓକିଲ ପ୍ରଜାପତି କହିଛନ୍ତି, ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଛି। ହେଲେ ମୋର୍ବି ବାର ଆସୋସିଏସନ ଓ ରାଜକୋଟ ବାର ଆସୋସିଏସନ  ଏହି ମାମଲାରେ ଗିରଫଙ୍କ ପାଇଁ କେଶ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ଦୁର୍ଘଟଣା ପାଇଁ ବୁଧବାର ଦିନ ରାଜ୍ୟବ୍ୟାପୀ ଶୋକ ପାଳନ କରାଯାଇଛି। ରାଜ୍ୟ ସରକାରୀ ଭବନଗୁଡିକରେ ରାଷ୍ଟ୍ରୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି ଓ ଆଜି କୌଣସି ସମାରୋହ ବା ଅନ୍ୟ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଉନାହିଁ।

Related Articles

Leave a Reply

Your email address will not be published.

Back to top button