ଓଡ଼ିଶା

ରାଜୀବ ଆବାସକୁ ଲାଞ୍ଜିପାଲି ବସ୍ତି ଲୋକଙ୍କ ନାଁ

ବ୍ରହ୍ମପୁର:  ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ସହରରେ ଚାଲିଛି ବସ୍ତି ଉଚ୍ଛେଦ ପ୍ରକ୍ରିୟା। ଏହି କ୍ରମରେ ଆସ୍କା ରୋଡ ସ୍ଥିତ ଜଗବନ୍ଧୁ ବନ୍ଧ ହୁଡା ବସ୍ତିକୁ ଉଚ୍ଛେଦ କରାଯାଇଛି । ୯୦ଟି ଘରକୁ ନୋଟିସ ଦେଇ ଉଚ୍ଛେଦ କରାଯାଇ ରାଜୀବ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି । ସେପଟେ ନଭେମ୍ବରରେ ଉଚ୍ଛେଦ ହୋଇଥିବା ଲାଞ୍ଜିପାଲି ସ୍ଥିତ ଗୌଡ଼ ସାହି ବସ୍ତି ବାସିନ୍ଦାମାନେ ଶୀତ ବର୍ଷା, ଖରାରେ ପାଲ ଟାଣି ସେହିଠାରେ ହିଁ ବସି ରହିଛନ୍ତି।  ଗୃହ ଯୋଗାଇ ଦେଲେ ରହିବେ ନଚେତ ବଡ ପରିବାର ନେଇ ରାଜୀବ ଆବାସ କୁ ଯିବେ ନାହିଁ ବୋଲି ଦେଇଛନ୍ତି ଚେତାବନୀ ।  

ମାଟିରେ ମିଶିଲା ଜଗବନ୍ଧୁ ବସ୍ତିର ୯୦ ଟି ଘର। ଗ୍ରୀନ ଟ୍ରିବୁନାଲ ଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ମହାନଗର ନିଗମର ୯ ନମ୍ବର ୱାର୍ଡ ଅନ୍ତର୍ଗତ ଜଗବନ୍ଧୁ ବସ୍ତିକୁ ବୁଲଡ୍ରୋଜର ଲଗାଇ ଉଚ୍ଛେଦ କରିଛି ବ୍ରହ୍ମପୁର ମୁନସିପାଲିଟି କର୍ପୋରେସନ । ୯୦ ପରିବାର ମଧ୍ୟରୁ ୬୪ ଜଣଙ୍କୁ ପୂର୍ବରୁ ଜଗବନ୍ଧୁ ସାହି ସ୍ଥିତ ରାଜୀବ ଆବାସ ଓ ଅଟ ନଗର ସ୍ଥିତ ରାଜୀବ ଆବାସ ରେ ୨୬ ଜଣକୁ ଘର ଯୋଗାଇ ଦିଆଯାଇଛି। ଉଚ୍ଛେଦ ସମୟରେ ବସ୍ତି ବାସିନ୍ଦାଙ୍କ କୌଣସି ବିରୋଧ ନଥିଲେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ସେପଟେ ବହୁ ବାଦ ବିବାଦ ପରେ ଲାଞ୍ଜିପାଲି ଗୌଡ଼ ସାହି ବସ୍ତିକୁ ପୁଲିସ ଫୋର୍ସ ମୁତୟନ କରାଯାଇ ୧୦୦ରୁ ଉର୍ଦ୍ଧ ଘରକୁ ଉଚ୍ଛେଦ କରାଯାଇଥିଲା ବିଏମ୍ସି ତରଫରୁ । ଘର ସିନା ଭାଙ୍ଗିଛି ହେଲେ ସେଠାକାର ବାସିନ୍ଦା ଏବେ ମଧ୍ୟ ସେହିଠାରେ ପଡି ରହିଛନ୍ତି ପାଲ ଟାଣି। ସେମାନଙ୍କ ଗୋଟିଏ ଜିଦ ସେହି ବସ୍ତି ରେ ହିଁ ଘର ଯୋଗାଇ ଦେଲେ ରହିବେ ନଚେତ ସେଠାରୁ ଘୁଞ୍ଚିବେ ନାହିଁ । ଏହା ବ୍ୟତୀତ ରାଜୀବ ଆବାସ ରେ ଯେଉଁ ଘର ଯୋଗାଇ ଦିଆଯାଇଛି ସେଠାରେ ୨ଜଣରୁ ଅଧିକ ରହିବା ପାଇଁ ଉପଯୋଗୀ ନୁହେଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।ତେଣୁ  ନଭେମ୍ବର ୧୨ରୁ ବସ୍ତି  ଉଚ୍ଛେଦ ହୋଇଥିବା ବେଳେ ଲାଞ୍ଜିପାଲି ବସ୍ତି ବାସିନ୍ଦା ସେମିତି ବର୍ଷା ଶୀତ କାକରରେ ଛୋଟ ଛୋଟ ପିଲାଙ୍କୁ ଧରି ଜରି ପାଲ ଟାଣି ରହିଛନ୍ତି।  

ଗୋଟିଏ ପଟେ ଜଗବନ୍ଧୁ ବସ୍ତିରେ ବୁଲଡ୍ରୋଜର ବୁଲିଥିବାବେଳେ, ଅନ୍ୟପଟେ ଗୌଡ଼ ସାହି ବସ୍ତିବାସିନ୍ଦା ନିଜ ଜିଦ ରେ ଅଟଳ।  କେବେ ସମସ୍ୟାର ସମାଧାନ ହୋଇପାରୁଛି ତାହା ଦେଖିବାର କଥା।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button