ଜାତୀୟ

ବିମାନ ଯାତ୍ରୀଙ୍କ ପାଇଁ ଆସିଲା ନୁଆ ନିୟମ

ଏଣିକି ବିମାନ ଯାତ୍ରୀଙ୍କ ପାଇଁ ଆସିଲା ନୁଆ ନିୟମ । ଦିବ୍ୟାଙ୍ଗ ପାଇଁ ଡିଜିସିଏ ବୋର୍ଡ ନିୟମରେ ସୁଧାର ଆଣିଛି । ଡିଜିସିଏ କହିଛି ଦିବ୍ୟାଙ୍ଗଙ୍କ ଅକ୍ଷମାତ ଦର୍ଶାଇ କୌଣସି ବିମାନ କମ୍ପାନୀ ସେମାନଙ୍କୁ ଯାତ୍ରା କରିବାରୁ ବରାଣ କରିପାରିବେ ନାହିଁ । ଯଦି ବିମାନ କମ୍ପାନୀ ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ଖରାପ ଥାଇ ବୋଲି ବିଚାର କରନ୍ତି ତେବେ ଏଭଳି କ୍ଷେତ୍ରରେ କମ୍ପାନୀ ଯାତ୍ରୀଙ୍କର ଡାକ୍ତରୀ ପରୀକ୍ଷା କରାଇବେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଯାତ୍ରା ପାଇଁ ଅନୁମତି ଦିଆଯିବ କି ନାହିଁ ବିଚାର କରାଯିବ । କୌଣସି ବିମାନ ପାଇଁ ଯାତ୍ରା କରିପାରିବେ । କିଛି ଦିନ ପୁର୍ବରୁ ରାଞ୍ଚି ବିମାନବନ୍ଦରରେ ଭିନ୍ନକ୍ଷମ ପିଲାଙ୍କୁ ଯାତ୍ରା କରିବା ଘଟଣା ଚର୍ଚ୍ଚା ରେ ରହିଥିଲା । ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଏବଂ ଏ ନେଇ ତୀବ୍ର ବିରୋଧ କରାଯିବା ସହ ଇଣ୍ଡିଗୋ କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button