ଜାତୀୟ

ନୂଆ ସଂସଦ ଭବନ ସମସ୍ତ ଭାରତୀୟଙ୍କୁ ଗୌରବାନ୍ୱିତ କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଝଲକ ଶେୟାର କରିଛନ୍ତି । ଶ୍ରୀ ମୋଦୀ ଏହି ଭିଡିଓରେ ନିଜ ସ୍ୱରରେ ଭାବନା ବ୍ୟକ୍ତ କରିବା ପାଇଁ ନାଗରିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି : “ନୂଆ ସଂସଦ ଭବନ ସମସ୍ତ ଭାରତୀୟଙ୍କୁ ଗୌରବାନ୍ୱିତ କରିବ । ଭିଡିଓରେ ଏହି ପ୍ରତିଷ୍ଠିତ ଭବନର ଝଲକ ରହିଛି । ମୋର ଏକ ବିଶେଷ ଅନୁରୋଧ- ନିଜ ସ୍ୱରରେ ଭାବନା ବ୍ୟକ୍ତ କରି ଏହି ଭିଡିଓଟି ଶେୟାର କରନ୍ତୁ । ମୁଁ ସେଥିରୁ କିଛି ଭିଡିଓ ରି-ଟ୍ୱିଟ କରିବି । #MyParliamentMyPride ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ।”

Related Articles

Leave a Reply

Your email address will not be published.

Back to top button