ଜାତୀୟ

ଫସ୍ଫେଟ୍ ଓ ପଟାସ୍ ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି ଦରରେ ସଂଶୋଧନ ଏବଂ ନୂଆ ଦର ନିର୍ଦ୍ଧାରଣକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସାର ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ସାର ବିଭାଗ ପକ୍ଷରୁ ବିଭିନ୍ନ ପୋଷକ ତତ୍ତ୍ୱ ଯଥା ନାଇଟ୍ରୋଜେନ (ଏନ), ଫସଫରସ (ପି), ପଟାସ (କେ) ଏବଂ ସଲଫର (ଏସ) ପାଇଁ ପୋଷକତତ୍ତ୍ୱ ଆଧାରିତ ସବସିଡି ଦରରେ ସଂଶୋଧନ ଲାଗି ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ଆଧାର କରି ଫସଫେଟ ଓ ପଟାସ (ପି ଏଣ୍ଡ କେ) ସାର ଉପରେ ରବି ଋତୁ ୨୦୨୨-୨୩ (୦୧.୦୧.୨୦୨୩ ଠାରୁ ୩୧.୦୩.୨୦୨୩ ପର୍ଯ୍ୟନ୍ତ) ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦରରେ ସଂଶୋଧନ କରାଯାଇଛି ଏବଂ ଖରିଫ ଋତୁ ୨୦୨୩ (୦୧.୦୪.୨୦୨୩ ଠାରୁ ୩୦.୦୯.୨୦୨୩ ପର୍ଯ୍ୟନ୍ତ) ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦର ନିର୍ଦ୍ଧାରଣ କରାଯାଇଛି ।

ପି ଏଣ୍ଡ କେ ସାର ଉପରେ ସବସିଡି ଦର ୧ ଏପ୍ରିଲ ୨୦୧୦ ଠାରୁ ଏନବିଏସ ଯୋଜନା ଦ୍ୱାରା ପରିଚାଳିତ ହେଉଛି । ସରକାର ରବି ଋତୁ ୨୦୨୨-୨୩ ପାଇଁ ସଂଶୋଧିତ କରିଥିବା ଏନବିଏସ ଦର ୧ ଜାନୁଆରୀ ୨୦୨୩ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ପିଛିଲା ଭାବେ ଲାଗୁ ହେବ । ସେହିପରି ଖରିଫ ଋତୁ ୨୦୨୩ ପାଇଁ ନିର୍ଦ୍ଧାରଣ କରାଯାଇଥିବା ଏନବିଏସ ଦର ୧ ଏପ୍ରିଲ ୨୦୨୩ ଠାରୁ ୩୦ ସେପ୍େଟମ୍ବର ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଚାଷୀଙ୍କୁ ସବସିଡି ଦରରେ ୨୫ଟି ଗ୍ରେଡର ଫସଫେଟ ଏବଂ ପଟାସ (ପି ଏଣ୍ଡ କେ) ସାର ମିଳିବ ।

ଚାଷୀମାନଙ୍କୁ ଉନ୍ନତ ମାନର ପି ଏଣ୍ଡ କେ ସାର ସବସିଡି ଦରରେ ଯୋଗାଇ ଦେବା ଲାଗି ନିଜର ପ୍ରତିଶ୍ରୁତି ପୂରଣ କରିବାକୁ ସରକାର ୨୦୨୩ ଖରିଫ ଋତୁ ପାଇଁ ୩୮ ହଜାର କୋଟି ଟଙ୍କାର ସବସିଡି ରାଶି ଯୋଗାଇ ଦେବେ ।

କ୍ୟାବିନେଟଙ୍କ ଏହି ନିଷ୍ପତ୍ତିର ଦୁଇଟି ଲାଭ ମିଳିବ, ପ୍ରଥମତଃ : ଖରିଫ ଋତୁରେ ଚାଷୀମାନଙ୍କ ପାଇଁ ସବସିଡିଯୁକ୍ତ, ଶସ୍ତା ଏବଂ ଯୁକ୍ତିସଂଗତ ଦରରେ ଡିଏପି ଏବଂ ଅନ୍ୟ ପି ଏଣ୍ଡ କେ ସାର ମିଳିପାରିବ । ଦ୍ୱିତୀୟତଃ ଏହା ପି ଏଣ୍ଡ କେ ସାର ଉପରେ ସବସିଡିକୁ ଯୁକ୍ତିସଙ୍ଗତ କରିବ ।

Related Articles

Leave a Reply

Your email address will not be published.

Back to top button