ଜାତୀୟ

ଆମର ଲଢେଇ ମୋଦିଙ୍କ ସହ, ସାବରକରଙ୍କ ସହ ନୁହେଁ: ସଞ୍ଜୟ

ନୂଆଦିଲ୍ଲୀ: ଆମର ଲଢେଇ ସାବରକରଙ୍କ ସହ ନୁହେଁ, ମୋଦିଙ୍କ ସହ। ଏପରି ମଙ୍ଗଳବାର କହିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସଂଜୟ ରାଉତଙ୍କର। ରାହୁଲଙ୍କ ସାବରକାର ବୟାନକୁ ନେଇ ଉଦ୍ଧବ ଠାକରେଙ୍କ ଚେତାବନୀ ପରେ ଏବେ ରାଉତଙ୍କ ବୟାନ ସାମ୍ନାକୁ ଆସୁଛି। ସେ ଆହୁରି କହିଛନ୍ତି କି, ଏହାକୁ ନେଇ ଆଲୋଚନା ହୋଇ ସାରିଛି। ବୈଠକ ପରେ ଆମ ଏକତା ଅଖଣ୍ଡ ରହିବ ଓ ଏହା ହିଁ ଠିକ ହେବ।

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ପରେ ବିରୋଧୀଙ୍କୁ ଏକ କରି ରଖିବାକୁ କଂଗ୍ରେସ ପକ୍ଷରୁ  ରାତ୍ରୀ ଭୋଜନର ଆୟୋଜନ କରାଯାଇଥିଲା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖରଗେଙ୍କ ଘରେ ଏହି ଭୋଜନର ଆୟୋଜନ କରାଯାଇଥିବା ବେଳେ ଏଥିରେ ୧୮ ରାଜନୈତିକ ଦଳ ସାମିଲ ହୋଇଥିଲେ। କିନ୍ତୁ ଏଥିରେ ଉଦ୍ଧବ ଗୋଷ୍ଠୀ ସାମିଲ ହୋଇ ନ ଥିଲା। କାରଣ ରାହୁଲ ସାବରକରଙ୍କ ଉପରେ ଦେଇଥିବା ବିବାଦୀୟ ବୟାନରେ ଖପ୍ପା ଥିଲେ ଉଦ୍ଧବ ଠାକରେ। ଏମିତି କି, ସାବରକର ଆମ ଭଗବାନ, ତାଙ୍କ ଅପମାନ ଆମେ ସହ୍ୟ କରିବୁ ନାହିଁ ବୋଲି ଉଦ୍ଧବ କହିବା ସହ ଏପରି ବୟାନ ମହାରାଷ୍ଟ୍ର ମେଣ୍ଟରେ ଫାଟ ସୃଷ୍ଟି କରିବ ବୋଲି ଚେତାଇ ଦେଇଥିଲେ ଉଦ୍ଧବ। ଯାହାକୁ ନେଇ ବିପକ୍ଷ ମେଣ୍ଟରେ ଫାଟ ନେଇ ଚର୍ଚ୍ଚା ହେଉଥିଲା।

Related Articles

Leave a Reply

Your email address will not be published.

Back to top button