ଜାତୀୟ

୮ମ ଦିନରେ ଚୀନ ପ୍ରସଙ୍ଗକୁ ନେଇ ସରଗରମ ସଂସଦ

ନୂଆଦିଲ୍ଲୀ: ଶୀତକାଳୀନ ଅଧିବେଶନର ଆଜି ଅଷ୍ଟମ ଦିନରେ କଂଗ୍ରେସ ସାଂସଦ ମନୀଷ ତିୱାରୀ ଚୀନ ପ୍ରସଙ୍ଗରେ ଲୋକସଭାରେ ମୁଲତବୀ ପ୍ରସ୍ଥାବ ପାରିତ କରିଛନ୍ତି। ଏହା ମଧ୍ୟରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିବାଲ ନିର୍ଭୟା କାଣ୍ଡର ୧୦ ବର୍ଷ ପୂର୍ତ୍ତି ଅବସରରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ଲୋକସଭା ଅଧ୍ୟକ୍ଷ ଓ ରାଜ୍ୟସଭା ସଭାପତିଙ୍କୁ ଚିଠି କରିଛନ୍ତି।

ଆଜି ସଂସଦରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କଂଗ୍ରେସ ଉପରେ ଚାଷୀ ପ୍ରସଙ୍ଗରେ ମିଛ ରାଜନୀତି କରୁଥିବା ଓ କୃଷି ଆଇନ ଉପରେ ଦୋମୁହାଁ ନୀତି ଆପଣେଇବାର ଅଭିଯୋଗ ଆଣିଛନ୍ତି। ଗତବର୍ଷ ଚାଷୀ ଆନ୍ଦୋଳୟ ପରେ ଚାଷୀଙ୍କୁ ନ୍ୟୁନତମ ସମର୍ଥନ ମୂଲ୍ୟ ଦେବା ପ୍ରତିଶ୍ରୁତି ଉପରେ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡ୍ଡାଙ୍କ ପ୍ରଶ୍ନର ଉତ୍ତର ଦେବା କାଳରେ ରାଜ୍ୟ ସଭାରେ କହିଛନ୍ତି କି, ପ୍ରସ୍ତାବ ଉପରେ ବିଚାର କରିବାକୁ ସମିତି ଗଠନ ହୋଇଛି।

ସେହିପରି ତୱାଙ୍ଗରେ ଚୀନ ସେନା ସହ ଭାରତୀୟ ସେନାର ମୁହାଁମୁହିଁ ପରିସ୍ଥିତିକୁ ନେଇ ରାଜ୍ୟସଭା ପୁଣି ସରଗରମ ରହିଥିଲା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଜ୍ଜୁନ ଖଡଗେ କହିଛନ୍ତି, ଆମକୁ ଏହି ମୁଦ୍ଦାରେ କହିବାକୁ ମୌକା ଦିଆଯାଉ ନାହିଁ। ସେପଟେ ହୋହଲ୍ଲା ଭିତରେ ରାଜ୍ୟ ସଭାକୁ ୧୧.୪୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button