ଓଡ଼ିଶା

ବନ୍ୟା ପରିସ୍ଥିତି ଉପରେ ନଜର ରଖିବେ ଜଳସମ୍ପଦ ବିଭାଗର ୮ ଯନ୍ତ୍ରୀ

ଭୁବନେଶ୍ୱର : ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗର ୮ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ଉପରେ ନଜର ରଖିବା ସହ ମହାନଦୀରେ ବନ୍ୟା ମୁକାବିଲା ପାଇଁ ପଦକ୍ଷେପ ନେବେ । ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୂଚନା ଅନୁଯାୟୀ ଚିନ୍ମୟ ରଞ୍ଜନ ରାଉତଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସେ ଭାର୍ଗବୀ ଓ ଦୟା ନଦୀରେ ବନ୍ୟା ସ୍ଥିତି ଉପରେ ନଜର ରଖିବେ । ଆର୍ତତ୍ରାଣ ସାହୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ସେ ଲୁଣା ଓ କରଣ୍ଡିଆ ବନ୍ୟାସ୍ଥିତି ଉପରେ ନଜର ରଖିବେ । ବିଘ୍ନରାଜ ପୁରୋହିତ ଖୋର୍ଦ୍ଧାରେ ବନ୍ୟାସ୍ଥିତି ଉପରେ ନଜର ରଖିବେ । ସେହିପରି ପ୍ରତୀକ ଦୀକ୍ଷିତ କଟକ ମହାନଦୀ ବ୍ୟାରେଜ ଉପରେ ନଜର ରଖିବେ ।

ଶକ୍ତି ପ୍ରସାଦ ଦାଶ ନୃତଙ୍ଗ ଜଗତପୁର, ହିମାଂଶୁ କୁମାର ଜେନା ବଳଙ୍ଗା ଅଞ୍ଚଳ , ଏନ ଏସ କେ ଚୌଧୁରୀ ରାଜୁଆ ନଦୀ ବନ୍ୟାଜଳ ଏବଂ ତନୁଜ କିଶୋର ରାଉତ ସାକ୍ଷୀଗୋପାଳ ଅଂଚଳରେ ବନ୍ୟାସ୍ଥିତି ଦେଖିବେ ।

Leave a Reply

Your email address will not be published.

Back to top button