ଓଡ଼ିଶାଜାତୀୟଧର୍ମ

ରାମ ନବମୀରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବ୍ୟକ୍ତି ବିଶେଷଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ:  ସାରା ଦେଶରେ ବେଶ ଧୂମଧାମରେ ରାମନବମୀ ପାଳନ ହେଉଛି। ଏହି ଅବସରରେ ବିଭିନ୍ନ ରାଜନେତାଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ନିଜ ନିଜ ଶୈଳୀରେ ଦେଶବାସୀଙ୍କୁ ଜଣାଉଛନ୍ତି ଶୁଭେଚ୍ଛା ଓ ଶୁଭକାମନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ପ୍ରମୁଖ ଶୁଭେଚ୍ଛା ଜଣାଇଥିବା ବେଳେ କିନ୍ତୁ ପୁଣି ପଶ୍ଚିମ ବଙ୍ଗରେ ରାମନବମୀକୁ ନେଇ ତେଜିଛି ରାଜନୀତି।

ଦେଶ ପାଳୁଛି ମର୍ଯାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିବସ। ଏହି ଶୁଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ ଯୋଗେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମର୍ଯାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ  ଆଦର୍ଶକୁ ଆମ ଜୀବନର ପ୍ରତ୍ୟେକ ସ୍ତରରେ ଅନ୍ତକରଣରେ ଅନୁଭବ କରିବାକୁ ତଥା ଭାରତକୁ ଏକ ଗୌରବମୟ ରାଷ୍ଟ୍ର ରୂପେ ଗଢିତୋଳିବାକୁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ବାନ ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନବମୀର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା ଜଣାଇଛନ୍ତି। ମୋଦି ଟ୍ବିଟ କରି ଉଲ୍ଲେଖ କରିଛନ୍ତି କି, ତ୍ୟାଗ, ତପସ୍ୟା, ସଞ୍ଜମ ଓ ସଂକଳ୍ପ ଉପରେ ଆଧାରିତ ମର୍ଯାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କ ଜୀବନ ପ୍ରତି ଯୁଗରେ ମାନବତା ପ୍ରତି ପ୍ରେରଣାଶକ୍ତି ହୋଇ ରହିବ ବୋଲି କହିଛନ୍ତି ମୋଦି।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରତ୍ୟେକ ଦେଶବାସୀଙ୍କୁ ଏହି ମହାନ ପର୍ବ ରାମନବମୀରେ ଶୁଭକାମନା ଜଣାଇଛନ୍ତି। ସାହ ମାଇକ୍ରୋବ୍ଲାଗିଂ ସାଇଟରେ ଲେଖିଛନ୍ତି କି,ମର୍ଯାଦା ପୁରୁଷୋତ୍ତମ ପ୍ରଭୁ ରାମ ଧର୍ମ ଓ ସତ୍ୟ ପଥରେ ଅଗ୍ରସର ହୋଇ ଜଟିଳ ପରିସ୍ଥିତିରେ ମଧ୍ୟ ବିଶ୍ବକୁ ଧର୍ଯ୍ୟ ଧାରଣ କରିବା ସହ ଅନ୍ୟ ପ୍ରତି ଦୟାଭାବ ରଖିବା ଶିକ୍ଷା ଦେଇଥିଲେ। ପ୍ରଭୁ ରାମଚନ୍ଦ୍ର ପ୍ରତ୍ୟେକଙ୍କ ଉପରେ ନିଜ ଆଶୀର୍ବାଦର ବାରି ବର୍ଷାନ୍ତୁ ବୋଲି ଶାହ ଉଲ୍ଲେଖ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହି ପବିତ୍ର ପର୍ବ ସୁଖ ସମୃଦ୍ଧି ଆଣି ଦେଉ ବୋଲି ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି କି,  ପବିତ୍ର ଶ୍ରୀରାମ ନବମୀ  ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀ ରାମ ସମସ୍ତଙ୍କୁ ସୁଖ, ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ। ଏହି ପବିତ୍ର ଉତ୍ସବ ଅବସରରେ ଓଡିଶାର ସୁପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ପ୍ରଭୁ ରାମଚନ୍ଦ୍ରଙ୍କ ବିଶାଳ ମୂର୍ତ୍ତି ସହ ଅଯୋଧ୍ୟାର ରାମ ମନ୍ଦିର ପ୍ରସ୍ତୁତ କରି ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତି ନିଜ ଭକ୍ତି ସୁମନ ଅର୍ପଣ କରିଛନ୍ତି। ।

Related Articles

Leave a Reply

Your email address will not be published.

Back to top button