ଜାତୀୟରାଜନୀତି

ଦ୍ରୌପଦୀଙ୍କୁ ମିଳିଲା ଉଦ୍ଧବଙ୍କ ସମର୍ଥନ

ଶିବସେନା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଉଦ୍ଧବ ଠାକରେଙ୍କ ଶିବସେନା ସମର୍ଥନ କରିବ ବୋଲି ଜଣାପଡିଛି । ଦଳୀୟ ଏମପିଙ୍କ ଚାପରେ ଉଦ୍ଧବ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି । ମାତୋଶ୍ରୀରେ ଦଳର ୧୩ ଜଣ ଏମପି ଉଦ୍ଧବଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ନିଷ୍ପତ୍ତି ନିଆଯାଇତିବା ସୁଚନା ମିଳୁଛି । ଆଦିବାସୀ କମୁନିଟିର ଅଧିକାଶଂ ନେତାଙ୍କ ଯୋଗୁଁ ଶିବସେନା ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ପୁର୍ବରୁ କଂଗ୍ରେସ ରାଷ୍ଟ୍ରପତି ପାର୍ଥୀ ଙ୍କ ସମର୍ଥନ ଜାହିର କରିଥିଲେ ଶିବସେନା ମୁଖପାତ୍ର ସଞ୍ଚୟ ରାଉତ ।ନିକଟରେ ରାଷ୍ଟ୍ରପତି ପାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ଆସି ବିଜେଡି ବିଧାୟକ ସାଂସଦ ଓ ବିଜେପି ବିଧାୟକ ସାଂସଦ ମାନଙ୍କୁ ସାକ୍ଷତ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭାଇ ବୋଲି ସମ୍ଭୋଧନ କରିଥିଲେ । ସେ ନବୀନ ଙ୍କୁ ଭାଇ ବୋଲି ରାକ୍ଷୀ ବାନ୍ଧନ୍ତି । ପାଉଣା ମାଗିବା ପୁର୍ବରୁ ନବୀନ ସମର୍ଥନ ଦେଇଛନ୍ତି । ବିଦେଶରେ ଥାଇ ମଧ୍ୟ୍ୟ ଫୋନ କରିଥିଲେ । ଖାଲି ସେତିକି ନୁହେଁ ବିଜେଡି ସମର୍ଥନ କରିବ ତା ସହିତ ଦଳ ବାହାରେ ଅନ୍ୟ ମାନଙ୍କ ସମର୍ଥନ ଲାଗି ଚେଷ୍ଟା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦର ସିଂ ମଧ୍ୟ ଉପସ୍ଥିତ ଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଙ୍କ ସହ ମଧ୍ୟ୍ୟାହ୍ନ ଭୋଜନ କରିଥିଲେ ଦ୍ରୌପଦୀ ମୁର୍ମୁଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦର ସିଂ ଓ ବିଜେଡି ସାଂସଦ ପିନାକୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button