କୋର୍ଟଜାତୀୟ

ଜୋଶୀମଠ: ତତ୍କାଳ ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅରାଜି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜୋଶୀମଠ ମାମଲାରେ ତତ୍କାଳ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଜାନୁଆରୀ ୧୬ରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏଥିସହ କୋର୍ଟ ଆହୁରି କହିଛନ୍ତି କି, ପ୍ରତ୍ୟେକ ମାମଲାରେ ସୁପ୍ରିମକୋର୍ଟକୁ ଆସିବାର ଆବଶ୍ୟକତା ନାହିଁ। ଏଥିପାଇଁ ଲୋକତାନ୍ତ୍ରିକ ରୂପେ ନିର୍ବାଚିତ ସଂସ୍ଥା ସବୁ କାମ କରୁଛନ୍ତି। ମାମଲାର ଶୁଣାଣି ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ପି ଏସ ନରସିମ୍ହାଙ୍କ ଖଣ୍ଡପୀଠ କରୁଛନ୍ତି।

ଜୋଶୀମଠରେ ମାଟି ଧସିବା ଓ ଘରମାନଙ୍କରେ ଫାଟ ସୃଷ୍ଟି କରିବାକୁ ନେଇ ଜୋଶୀମଠାର ମଠାଧୀଶ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇ ମାମଲାର ତତ୍କାଳ ଶୁଣାଣିର ଆବକତା ଥିବା ଦର୍ଶାଇଥିଲେ ତଥା ଏହି ସଂକଟକୁ ରାଷ୍ଟ୍ରୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ଅପିଲ କରିଥିଲେ। ଏହା ଉପରେ ମୁଖ୍ୟ ନ୍ୟାୟାଧୀଶ ଚନ୍ଦ୍ରଚୂଡ ଓ ନରସିମ୍ହାଙ୍କ ଖଣ୍ଡପୀଠ ମଙ୍ଗଳବାରକୁ ପୂର୍ବରୁ ଦିନ ଧାର୍ଯ୍ୟ କରିଥିବା ବେଳେ ଆଜି ଏହାର ଶୁଣାଣିକୁ ୧୬କୁ ଘୁଞ୍ଚାଇ ଦେଇଛନ୍ତି।

ଯାଚିକାରେ ମଠାଧୀଶ କହିଥିଲେ କି, ଜୋଶୀମଠରେ ଯାହା କିଛି ଏବେ ହେଉଛି ତାହା ଏଠାରେ ହୋଇଥିବା ବିଭିନ୍ନ ଯୋଜନା ଓ ଏଥିପାଇଁ ହୋଇଥିବା ପାହାଡ ବ୍ଲାଷ୍ଟର ପରିଣାମ। ଏହା ଏକ ବଡ ବିପର୍ଯୟର ସଙ୍କେତ। ଏହାକୁ ନେଇ ଲୋକେ କେବେଠାରୁ ସ୍ବରଉତ୍ତୋଳନ କରୁଥିଲେ ମଧ୍ୟ ଏହାକୁ ସରକାର ଅଣଦେଖା କରି ଆସୁଛି। ତେଣୁ ଏହାର ପରିଣାମ ବର୍ତ୍ତମାନ ଏଠାକାର ଧାର୍ମିକ, ସଂସ୍କୃତିକ, ଐତିହାସିକ ନଗର ଓ ଏଠାକାର ଲୋକଙ୍କୁ ଭୋଗିବାକୁ ହେଉଛି।

ଯୋଶୀମଠ ସହରରେ ଅସୁରକ୍ଷିତ ଘରର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୬୭୮ ଘରକୁ ବିପଦଶଙ୍କୁଳ ଚିହ୍ନଟ କରାଯାଇଛି। ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ସେମାନଙ୍କ କଷ୍ଟ ଅର୍ଜିତ ଧନରେ ନିର୍ମିତ ଘର ଛାଡିବାକୁ ବାଧ୍ୟ କରାଯାଉଛି। ଜୀବନ ଭୟରେ ଲୋକେ ଘରଦ୍ବାର ଛାଡି ଥଇଥାନ କେନ୍ଦ୍ରକୁ ଚାଲିଯାଉଛନ୍ତି।

Related Articles

Leave a Reply

Your email address will not be published.

Back to top button