ଜାତୀୟ

ସାଭରକରଙ୍କ ଉପରେ ବିବାଦୀୟ ବୟାନ ରହୁଲଙ୍କ ପାଇଁ ମହଙ୍ଗା

ମୁମ୍ବାଇ: ବୀର ସାଭରକରଙ୍କ ପ୍ରତି ବିବାଦୀୟ ବୟାନ ଦେଇ ଅଡୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସ୍ୱାଧିନତା ପୂର୍ବରୁ ବ୍ରିଟିଶମାନଙ୍କୁ କ୍ଷମା ପ୍ରାର୍ଥନା ପତ୍ରରେ ଦସ୍ତଖତ କରି ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ ଓ ସର୍ଦ୍ଦାର ପଟେଲଙ୍କ ଭଳି ମହାନ ନେତାଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି ମହାତ୍ମା ଗାନ୍ଧୀ । ମଙ୍ଗଳବାର ମଧ୍ୟ ସାଭରକରଙ୍କୁ କଡା ସମାଲୋଚନା କରିଥିଲେ ଅନ୍ୟପଟେ ଏହାକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ଏକନାଥ ସିନ୍ଦେ ।

ଗୁରୁବାର ଦିନ ଭାରତ ଯୋଡର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆରଏସଏସ ଚିନ୍ତାଧାରା ଓ ସାଭରକରଙ୍କୁ କଡା ସମାଲୋଚନା କରିଥିଲେ କଂଗ୍ରେସ ସାଂସଦ । ସାଭରକର ବ୍ରିଟିଶମାନଙ୍କୁ ସାହାଯ୍ୟ କରିଥିବା କହିଥିଲେ ରାହୁଲ ଗାନ୍ଧୀ । ଏକ ଦସ୍ତାବିଜ ଦେଖାଇ କଥାକୁ ପ୍ରମାଣ କରିବାକୁ ପ୍ରୟାସ କରିଥିଲେ ସେ । ସ୍ୱାଧିନତା ପୂର୍ବରୁ ସାଭରକର ବ୍ରିଟିଶମାନଙ୍କୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ସେ ତାଙ୍କ ଚାକର ହୋଇ ରହିବା ପାଇଁ ଚାହାଁନ୍ତି ବୋଲି ଉଲ୍ଲେଖ କରିଥିଲେ । ଏହାପୂର୍ବରୁ ମଙ୍ଗଳବାର ଦିନ ମହାରାଷ୍ଚ୍ର ୱାସିମ ଜିଲ୍ଲାରେ ଭାରତ ଯୋଡକୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବୀର ସାଭରକରଙ୍କୁ କଡା ସମାଲୋଚନା କରିଥିଲେ ରାହୁଲ । ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରତୀକ ଅଟନ୍ତି ସାଭରକର । ତାଙ୍କୁ ଆଣ୍ଡାମାନରେ ୨ରୁ ୩ ବର୍ଷ ଜେଲ ହୋଇଥିଲା । ଜେଲରେ ସେ ଦୟା ଯାଚିକା ଲେଖିବା ଆରମ୍ଭ କରିଥିଲେ । ସେ ନିଜ ପାଇଁ ଏକ ପୁସ୍ତକ ଲେଖି ସେ ମହାନ ବୋଲି ଲୋକମାନଙ୍କୁ ଦେଖାଇଥିଲେ । ରାହୁଲ ଗାନ୍ଧୀ ଆଉ ମଧ୍ୟ କହିଥିଲେ ଯେ ସେ ବ୍ରିଟିଶମାନଙ୍କ ଠାରୁ ପେନସନ ମଧ୍ୟ ନେଉଥିଲେ । ସେ ବ୍ରିଟିଶ ପାଇଁ ଓ କଂଗ୍ରେସ ବିରୋଧରେ କାମ କରୁଥିଲେ । ଆଦିବାସୀ ନେତା ବିର୍ସାମୁଣ୍ଡା ଇଂଗ୍ରେଜ ବିରୋଧରେ ଲଢିଥିଲେ କିନ୍ତୁ ଆଜିକାଲି ତାଙ୍କ ବିଚାରଧାରା ଉପରେ ଆରଏସଏସ ଓ ବିଜେପି ଦ୍ୱାରା ହମଲା କରାଯାଉଛି ।

ଅନ୍ୟପଟେ ଏହି ବୟାନକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି କଂଗ୍ରେସ ସାଂସଦ । ସାରଭକରଙ୍କ ବଂଶଧର ଏଭଳି ମନ୍ତବ୍ୟକୁ ସମାଲୋଚନା କରିବା ସହ ଥାନାରେ ଏତଲା ଦେବା ନେଇ ମଧ୍ୟ କହିଛନ୍ତି । ରଞ୍ଜିତ ସାଭରକର ନିଜ ଜେଜେଙ୍କ ଅପମାନକୁ ବରଦାସ୍ତ କରିବେ ନାହିଁ । ଥାନାରେ ଏତଲା ଦେବା କଥା ମଧ୍ୟ ଉଠାଇଛନ୍ତି ରଞ୍ଜିତ । ଏହା ପ୍ରଥମ ଥର ନୁହେଁ ବରଂ ରାହୁଲ ଗାନ୍ଧୀ ପୂର୍ବରୁ ମଧ୍ୟ ସାଭରକରଙ୍କୁ ଅପମାନ କରିଛନ୍ତି ବୋଲି କହିଛନ୍ତି ରଞ୍ଜିତ ସାଭରକର । କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି ଖେଳୁଛି ଓ ଯେଉଥିପାଇଁ ସେ ସାଭରକରଙ୍କ ପ୍ରତି ଅପମାନ କରୁଛି । ଏହାକୁ ନେଇ ମହାରାଷ୍ଚ୍ର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ କଡା ଟାର୍ଗେଟ କରିଛନ୍ତି । ଏକନାଥ ସିନ୍ଦେ ବୁଧବାର ଦିନ ଚେତାବନୀ ଦେଇ କହିଛନ୍ତି ଯେ ମହାରାଷ୍ଟ୍ର ଲୋକେ ସାଭରକରଙ୍କ ଅପମାନକୁ ବରଦାସ୍ତ କରିବେ ନାହିଁ ।ଏହାକୁ ନେଇ ମହାରାଷ୍ଟ୍ରରେ ଭାରତ ଯୋଡ ଯାତ୍ରା ବନ୍ଦ କରିବା ଦାବି କରିଛନ୍ତି ଏକନାଥ ସିନ୍ଦେ ।

୧୮୮୩ରେ ମହାରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିଲେ ବୀର ସଭରକର । ଦେଶ ସ୍ୱାଧିନ ବେଳେ କ୍ରାନ୍ତିକାରୀ ନେତା ଥିଲେ ସାଭରକର । ତେବେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ନେଇ ତାଙ୍କୁ ଗିରଫ କରାଯାଇଥିଲା ମାତ୍ର ପରେ ତାଙ୍କୁ ଦୋଷମୁକ୍ତ ମଧ୍ୟ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button