ଜାତୀୟରାଜନୀତି

ଦିଗବିଜୟଙ୍କ ବୟାନକୁ ରାହୁଲ କହିଲେ ବ୍ୟକ୍ତିଗତ

ଶ୍ରୀନଗର: ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦିଗବିଜୟଙ୍କ ବିବାଦୀୟ ବୟାନକୁ ନେଇ ରାଜନେତି ତେଜିବା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଘଟଣାରୁ ନିଜକୁ ଦୂରେଇ ନେଇଛନ୍ତି। ରାହୁଲ କହିଛନ୍ତି ସେନାର ଶୌର୍ଯ୍ୟ ଉପରେ ଆମକୁ ଭରସା ରହିଛି। ସେନାର କାର୍ଯ୍ୟକଳାପକୁ ନେଇ କୌଣସି ପ୍ରମାଣର ଆବଶ୍ୟକତା ନାହିଁ।

ରାହୁଲ ଗାନ୍ଧୀ ବର୍ତ୍ତମାନ ଜମ୍ମୁରେ ଥିବା ବେଳେ ସର୍ଜିକାଲ ଷ୍ଟ୍ରାଇକ ବିବାଦ ପରେ ନିଜ ପକ୍ଷ ରହିଛନ୍ତି। ଦିଗବିଜୟଙ୍କ ବୟାନ ସହ କଂଗ୍ରେସ ସହମତ ନୁହେଁ। ଆମେ ଏହାକୁ ସମର୍ଥନ କରୁନାହୁଁ। ଏହା ତାଙ୍କ ବ୍ୟକ୍ତିଗତ ବୟାନ। ସେନା ଉପରେ ଆମର ଭରସା ରହିଛି। ସେନା ଯାହା ଚାହିଁବ କରିବ, ତାର ପ୍ରମାଣ ଲୋଡା ନାହିଁ ବୋଲି କହିଛନ୍ତି ରାହୁଲ। ସେପଟେ ବିବାଦ ଉଠିବା ପରେ କଂଗ୍ରେସ ଦିଗବିଜୟଙ୍କ ସାର୍ବଜନୀନ ବୟାନ ଦେବା ଉପରେ ଲଗାଇଛି ପ୍ରତିବନ୍ଧକ। ତେଣୁ ମଙ୍ଗଳବାର ମିଡିଆ ଦିଗବିଜୟଙ୍କୁ ତାଙ୍କ ବୟାନ ଉପରେ ପ୍ରଶ୍ନ କରିବାରୁ ପଛରୁ କଂଗ୍ରେସ ନେତା ଜୟରାମ ରମେଶ ଆଗେଇ ଆସି ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କୁ କରିବାକୁ କହିଛନ୍ତି। ଏଥିସହ ଜୟରାମ ଦଳକୁ ବିବାଦରୁ ଉପରକୁ ଉଠାଇବାକୁ ଦିଗବିଜୟଙ୍କ ବୟାନ ତାଙ୍କ ନିଜସ୍ବ ଅଭିବ୍ୟକ୍ତି, ଏଥିରେ ଦଳର କୌଣସି ସମ୍ବନ୍ଧ ନାହିଁ। କଂଗ୍ରେସ ଯାହା କହିବାକୁ ଚାହୁଁଥିଲା କହି ସାରିଛି।

ତେବେ ସୋମବାର ଦିନ ଦିଗବିଜୟ ଭାରତ ଯୋଡ ଯାତ୍ରା କାଳରେ କହିଥିଲେ କି, ବିଜେପି ଦେଶକୁ ବିଭାଜନ କରୁଛି। କଂଗ୍ରେସ ସରକାର ସମୟରେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ ହୋଇଛି। ଏନଡିଏର ସର୍ଜିକାଲ ଷ୍ଟ୍ରାଇକକୁ ନେଇ କୌଣସି ପ୍ରମାଣ ନାହିଁ। ଏଥିସହ ୨୦୧୯ ଫେବୃଆରୀ ୧୪ରେ କାଶ୍ମୀରର ପୁଲୱାମାରେ ସିଆରପିଏଫ କାରକେଡ ଉପରେ ଆତଙ୍କବାଦୀ ଆକ୍ରମଣ କରାଯାଇ ୪୪ ଯବାନଙ୍କ ହତ୍ୟା କିପରି କରାଯାଇଥିଲା ବୋଲି ପ୍ରଶ୍ନ କରିଥିଲେ ଦିଗବିଜୟ।

ତେବେ ସେହି ଆକ୍ରମଣର ଜବାବ ଫେବୃଆରୀ ୨୬, ୨୦୧୯ରେ ଭାରତୀୟ ବାୟୁ ସେନା ପକ୍ଷରୁ ବାଲାକୋଟରେ ଥିବା ଜଏସ ଏ ମହମ୍ମଦ ଆତଙ୍କୀ କ୍ୟାମ୍ପକୁ ନଷ୍ଟ କରାଯାଇ ଦିଆଯାଇଥିଲା। ପାକିସ୍ତାନର ସମସ୍ତ ମନ୍ଦ ଉଦ୍ଦେଶ୍ୟକୁ ବାୟୁସେନା ବିଫଳ କରୁଥିବା ବେଳେ ସେନାର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଯାଉଥିବାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ବର୍ଷିଛନ୍ତି କଂଗ୍ରେସ ଉପରେ।

Related Articles

Leave a Reply

Your email address will not be published.

Back to top button