ଜାତୀୟରାଜନୀତି

ବୋଧହୁଏ ମୋ ତପସ୍ୟା ରେ କେଉଁଠି କିଛି ଭୁଲ୍ ରହିଗଲା…

ଜୁନ୍ ୧୦ରେ ରାଜ୍ୟସଭା ନିର୍ବାଚନ। ରବିବାର ୭ଟି ରାଜ୍ୟରୁ ୧୦ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ। ହେଲେ ପ୍ରାର୍ଥୀଙ୍କୁ ନେଇ ତେଜିଲାଣି ବିବାଦ ଓ ବିଦ୍ରୋହ। ତାଲିକାରେ ଅନେକ ତୁଙ୍ଗ ନେତାଙ୍କ ନାଁ ନଥିବାରୁ ଅସନ୍ତୋଷ କେବଳ କୁହୁଳିନି। ବରଂ ସିଧାସଳଖ ହାଇକମାଣ୍ଡଙ୍କୁ ପ୍ରଶ୍ନବାଣରେ ଶାଣିତ ଆକ୍ରମଣ କରିବାକୁ ପଛାଇନାହାନ୍ତି ଅନେକ ଆଶାୟୀ।

କଂଗ୍ରେସ ମୁଖପାତ୍ର ପଓ୍ୱନ ଖେଡ଼ା ରାଜ୍ୟସଭା ପାଇଁ ଦୃଢ ଦାବିଦାର ଥିଲେ ରାଜସ୍ଥାନରୁ। କିନ୍ତୁ ତାଙ୍କୁ ଟିକଟ ଦିଆନଯିବାରୁ ସେ ଗ୍ଳାନିଭରା ସ୍ୱରରେ ଟ୍ୱିଟ୍ କରି କହିଛନ୍ତି କି, ବୋଧହୁଏ ତାଙ୍କ ତପସ୍ୟାରେ କେଉଁଠି କିଛି ଭୁଲ୍ ରହିଗଲା।

ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ନଗମା ବି ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। ରାଜ୍ୟସଭା ଟିକଟ ନ ମିଳିବାରୁ ସିଧା ସୋନିଆଙ୍କ ଉଦେଶ୍ୟରେ ଟ୍ୱିଟ୍ କରି କହିଛନ୍ତି କି, ସୋନିଆଙ୍କ ଇଛାରେ ହିଁ ସେ କଂଗ୍ରେସରେ ସାମିଲ ହୋଇଥିଲେ। ୨୦୦୩-୦୪ରେ ରାଜ୍ୟସଭା ପଠାଇବାକୁ ସୋନିଆ କଥା ଦେଇଥିଲେ। କିନ୍ତୁ ୧୮ ବର୍ଷ ବିତିଗଲା। ଦଳ କଥା ରଖିଲାନି।

Related Articles

Leave a Reply

Your email address will not be published.

Back to top button