ଜାତୀୟ

ଭାରତ ଯୋଡ ଯାତ୍ରାରେ ସାମିଲ ହେଲେ ର’ ପୂର୍ବତନ ମୁଖ୍ୟ

ଲକ୍ଷ୍ନୌ: କିଛି ଦିନର ବିରତି ପରେ ମଙ୍ଗଳବାର ପୁଣି ରାହୁଲ ଗାନ୍ଧୀ ନିଜର ଭାରତ ଯୋଡ ଯାତ୍ରା ଦିଲ୍ଲୀରୁ ଆରମ୍ଭ କରି ଉତ୍ତର ପ୍ରଦେଶରେ ପହଞ୍ଚିଛି। ଏହି ଅବସରରେ ଯାତ୍ରାରେ ର’ ପୂର୍ବତନ ନିର୍ଦ୍ଦେଶକ ତଥା ଇଣ୍ଟେଲିଜେନ୍ସ ବ୍ୟୁରୋର ସ୍ବତନ୍ତ୍ର ନିର୍ଦ୍ଦେଶକ ଅମରଜିତ ସିଂହ ଦୁଲାତ ସାମିଲ ହୋଇଛନ୍ତି। ଏଥିସହ ସଲମପୁରରେ ରାହୁଲଙ୍କ ସହ ଯାତ୍ରାରେ ଯୋଡି ହୋଇଛନ୍ତି ଶିବସେନା ସାଂସଦ ପ୍ରିୟଙ୍କା ଚତ୍ତୁର୍ବେଦୀ ।

ରାହୁଲଙ୍କ ନେତୃତ୍ବରେ ସଂଗଠିତ ଭାରତ ଯୋଡ ଯାତ୍ରାକୁ ଖ୍ରୀଷ୍ଟମାସ, ନୂଆ ବର୍ଷ ପାଇଁ ୯ ଦିନ ଧରି ସ୍ଥଗିତ ରଖାଯାଇଥିଲା। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଦିଲ୍ଲୀର କାଶ୍ମୀର ଗୋଟ ନିକଟବର୍ତ୍ତୀ ମର୍ଘାଟ ହନୁମାନ ମନ୍ଦିରରୁ ପୁଣି ଯାତ୍ରାର ଶୁଭାରମ୍ଭ ହୋଇଛି।

ତେବେ ୟୁପିରେ ଭାରତ ଯୋଡ ଯାତ୍ରା ଆଜିଠାରୁ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ଏସପି ପ୍ରମୁଖ ଅଖିଳେଶ ଯାଦବ ଓ ବିଏସପି ମୁଖ୍ୟ ମାୟାବତୀଙ୍କୁ ଯାତ୍ରାରେ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ଉଭୟ ଯାତ୍ରାରେ ସାମିଲ ହେଉନଥିବା ଜଣାଇବା ସହ ରାହୁଲଙ୍କୁ ତାଙ୍କ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Related Articles

Leave a Reply

Your email address will not be published.

Back to top button