
()- ମୋଦି ସରନେମ୍ ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ପରେ କଂଗ୍ରେସର ସମସ୍ତ ନେତା ଏହାକୁ ବିରୋଧ କରିଛନ୍ତି। ଏହା ଭିତରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ସଂସଦରେ ତାଙ୍କୁ ସୃର୍ପଣଖା ଆକ୍ଷେପକୁ ନେଇ ମାନହାନୀ ମାମଲା ରୁଜୁ କରିବେ କହିଛନ୍ତି ରେଣୁକା।
୨୦୧୮ରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନକୁ ନେଇ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ପ୍ରତିଶୋଧ ନେବେ ବୋଲି ଚେତାବନୀ ଦେଇଛନ୍ତି। ୨୦୧୮ରେ ସଂସଦ ମୋଦି ଦେଇଥିବା ସୃର୍ପଣଖା ମନ୍ତବ୍ୟ ଲାଗି ତାଙ୍କ ନାମରେ ରେଣୁକା ମାନହାନୀ ମାମଲା ଦାଏର କରିବେ ବୋଲି କହିଛନ୍ତି। ମୋଦୀ ସୃର୍ପଣଖା କଥା କହୁଥିବା ସଂସଦୀୟ ଅଧିବେଶନର ଗୋଟିଏ ପୁରୁଣା ଭିଡିଓ କ୍ଲିପ୍ ଟ୍ୱିଟ୍ କରି ରେଣୁକା ପିଏମ ମୋଦିଙ୍କୁ ସ୍ତର ହୀନ ଓ ଖରାପ ଚିନ୍ତାଧାରା ବ୍ୟକ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଗୃହରେ ମୋତେ ସୃର୍ପଣଖା ବୋଲି ଦର୍ଶାଇ କଦର୍ଯ୍ୟ ମନ୍ତବ୍ୟ ଦିଆଯାଇଥିଲା। ଏବେ ଆନ୍ଦୋଳନକୁ ପ୍ରଖର କରିବାକୁ ହେବ। ଦେଖିବା, ଅଦାଲତ ଏବେ କେତେ ତତ୍ପରତା ପ୍ରକାଶ କରୁଛନ୍ତି।
ସଂସଦୀୟ ଅଧିବେଶନର ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ରେଣୁକାଙ୍କ ନାମ ଉଲ୍ଲେଖ ନ କରି ତାଙ୍କ ହସକୁ ଧାରାବାହିକ ରାମାୟଣର ଚରିତ୍ର ସୃର୍ପଣଖାର ଅଟ୍ଟହାସ୍ୟ ସହିତ ତୁଳନା କରିଥିଲେ। ଧାରାବାହିକ ରାମାୟଣ ପ୍ରସାରଣ କରାଯିବାର ବହୁବର୍ଷ ଅତିକ୍ରାନ୍ତ ହେବା ପରେ ଏ ପ୍ରକାର ହସ ଶୁଣିବାକୁ ମିଳିଲା କହି ମୋଦି କଟାକ୍ଷ କରିଥିଲେ। ତେଣୁ ରେଣୁକା ଚୌଧୁରୀଙ୍କୁ କହିବାକୁ ଅନୁମତି ଦିଆଯାଉ ବୋଲି ମୋଦି ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ।