ଘଟଣାଜାତୀୟ

ସାଧନା ଗୁପ୍ତାଙ୍କ ମୃତ୍ୟୁ: ପାର୍ଟି ଅଫିସରେ ଭିଡ

ଲକ୍ଷ୍ନୌ: ସମାଜବାଦୀ ପାର୍ଟୀର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କର ଦେହାନ୍ତ ଘଟିଛି। ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଫୁସଫୁସ ଜନିତ ରୋଗରେ ପୀଡିତ ହୋଇ ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଥିଲେ । ଶିନିବାର ଦିନ ଅଚାନକ ଗୁରୁତ୍ବ ହୋଇପଡିଥିଲେ ହସ୍ପିଟାଲ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି । ମୁଲାୟମ ହସ୍ପିଟାଲରେ ପହଞ୍ଚିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମୁଲାୟମ ସାଧନାଙ୍କର ଗୋଟିଏ ପୁଅ ରହିଛି ପ୍ରତୀକ । ପ୍ରତୀକକୁ କେବେ ରାଜନୀତିରେ ଦେଖିବାକୁ ମିଳିନାହିଁ । ସମାଜବାଦୀ ପାର୍ଟିରେ ସାଧନା ଗୁପ୍ତା ଖୁବ ସକ୍ରିୟ ଥିଲେ, କିନ୍ତୁ ମୁଲାୟମଙ୍କୁ ବିବାହ କରିବା ପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ । ତେବେ ସାଧନାଙ୍କ ଦେହାନ୍ତ ଖବର ଶୁଣି ଅଖିଳେଶ ଯାଦବଙ୍କ ଠାରୁ ଆରମ୍ଭ କରି ବହୁ ନେତା କର୍ମୀ ସମାଜବାଦୀ ପାର୍ଟୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button