
ମୁମ୍ବାଇ: ସାରଜାହରୁ ଫେରୁଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ଡିପାର୍ଟମେଣ୍ଟ ଧରିଲା ବଲିଉଡ ଅଭିନେତା ଶାହରୁଖ ଖାଁଙ୍କୁ। ଅଭିନେତାଙ୍କୁ ଦେବାକୁ ହୋଇଛି ୬ ଲକ୍ଷ ୮୩ ହଜାର ଟଙ୍କା। ସାହରୁଖଙ୍କ ଯାଞ୍ଚ ବେଳେ ତାଙ୍କ ନିକଟରୁ ୬ ଦାମୀ ଘଣ୍ଟାର ଖୋଳ ମିଳିଥିଲା, ଯାହାର ଦାମ ୧୮ ଲକ୍ଷ ଟଙ୍କା ହେବ।
ସାହରୁଖ ଏକ ଘରୋଇ ଚାଟର୍ଡ ପ୍ଲେନରେ ମୁମ୍ବାଇ ଏୟାରପୋର୍ଟରେ ଓହ୍ଲାଇଥିଲେ। ଏହା ପରେ ଟ୩ ଟର୍ମିନାଲ ଦେଇ ଯାଉଥିବା ବେଳେ କଷ୍ଟମ ଡିପାର୍ଟମେଣ୍ଟ ତାଙ୍କ ଲଗେଜର ଯାଞ୍ଚି କରିଥିଲା। ଏହି ଅଭିନେତା ସାରଜାହରେ ଆୟୋଜି ୪୧ ତମ ସାରଜାହ ଇଣ୍ଟରନାସନାଲ ବୁକ ଫେୟାରରେ ଭାଗ ନେବାକୁ ଯାଇଥିଲେ। ସେ ଦୁବାଇ ମଧ୍ୟ ଯାଇଥିଲେ ନିଜ ଘରୋଇ ଚାଟର୍ଡ ବିମାନରେ।
ଶୁକ୍ରବାର ତାଙ୍କୁ ସାରଜାହରେ ଗ୍ଲୋବାର ଆଇକନ ଅଫ ସିନେମା ଆଣ୍ଡ କଲଚରାଲ ନାରେଟିଭ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଏହି ପୁରସ୍କାର ଗ୍ରହଣ କରିବା ପରେ ଶାହରୁଖ ଏକ ହୃଦୟସ୍ପର୍ଶୀ ଭାଷଣ ଦେଇଥିଲେ। ସେ କହିଥିଲେ, ଆମେ କେଉଁଠି ରହୁଛି, ଆମର ରଙ୍ଗ କଣ, କେଉଁ ଧର୍ମକୁ ଅନୁକରଣ କରୁଛି ବା କେଉଁ ଗୀତରେ ନାଚୁଛି ତାହା ଗୁରୁତ୍ବ ବହନ କରେ ନାହିଁ। ଆମକୁ ଏକ ପ୍ରେମପୂର୍ଣ୍ଣ ଶାନ୍ତିର ଜୀବନର ଆବଶ୍ୟକତା ରହିଛି।