Koraput

ବୈପାରିଗୁଡାରେ ଗୌଡ଼ ଗର୍ଜନ ସମାବେଶ

ଜୟପୁର : କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ ଗୌଡ଼ ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ସଂଖ୍ୟାରେ ଗୌଡ଼ ସମାଜର ଲୋକ ବୈପାରିଗୁଡା ରାଜରାସ୍ତାରେ ବିଭିନ୍ନ ଦାବି ନେଇ ଗର୍ଜନ କରିଥିଲେ । ପ୍ରଥମେ ବିରଖମ୍ବ ମନ୍ଦିର ଛକ ଠାରୁ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଂଚି ସମାଜ ପକ୍ଷରୁ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ପୁଣି ଶୋଭାଯାତ୍ରାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପହଂଚିଥିଲା । ସେଠାରେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହାପରେ ଜିଲ୍ଲା କାର୍ଯ୍ୟକାରି ସଭାପତି ସାଥୀରାମ ନାୟକଙ୍କ ନେତୃତ୍ୱରେ ବୈପାରିଗୁଡା ପାଠାଗାର ଠାରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଜିଲ୍ଲା ଯାଦବ ମହାସଭା ଦ୍ୱାରା ଆହୁତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ମଦନ ମୋହନ ନାୟକ, ମୁଖ୍ୟବକ୍ତା ଭାବେ ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, ସମ୍ମାନୀୟ ଅତିଥି ରୂପେ କବିରାଜ ପରମେଶ୍ୱର ପାତ୍ର ଯୋଗ ଦେଇଥିଲେ । ବ୍ଲକ ସଭାପତି କନ୍ଦା ଗୌଡ଼ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବୈଠକରେ ଆଲୋଚନା ହୋଇଥିଲା ଯେ, ଗତ ୧୬-୦୪-୨୦୨୩ରେ ଜୟପୁର ଦଶହରା ପଡ଼ିଆରେ ଯେଉଁ \”ଗୌଡ଼ ଅଧିକାର ସମାବେଶ\” ଅନୁଷ୍ଠିତ ହୋଇଥିଲା ତାହାର ସୁଦୂର ପ୍ରସାରୀ ପ୍ରଭାବ ସମାଜରେ ପଡ଼ିଛି । କିନ୍ତୁ ଏଥିରେ ସମାଜ ଖୁସି ନାହିଁ । କାରଣ ଯେଉଁ ଦାବି ନେଇ ଏହି ଆନ୍ଦୋଳନ ଆରମ୍ଭ, ସେଥିରେ କିଛି ସଫଳତା ମିଳିନାହିଁ । ପରବର୍ତ୍ତୀ କାଳରେ ସମାଜ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ୧୮-୪-୨୩ରେ ଏବଂ ବ୍ରହ୍ମପୁର ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କୁ ୨-୫-୨୦୨୩ ତାରିଖରେ ଦାବିପତ୍ର ପ୍ରଦାନ କରାଯାଇଛି । କିନ୍ତୁ ସରକାରୀ ସ୍ତରରେ କୌଣସି ସୁଫଳ ମିଳିନାହିଁ । ତେଣୁ ଆନ୍ଦୋଳନକୁ ବ୍ଲକସ୍ତର ଯାଏଁ ନେବାକୁ ସ୍ଥିର ହୋଇଛି । ଏହି କ୍ରମରେ ପ୍ରଥମ ବ୍ଲକ ଭାବେ ବୈପାରିଗୁଡା ଠାରେ \”ଗୌଡ଼ ଗର୍ଜନ ସମାବେଶ\” ଅନୁଷ୍ଠିତ ହୋଇଥିଲା । ସମାଜ ପକ୍ଷରୁ କୁହାଯାଇଛି ଯେ, ଅବିଭକ୍ତ କୋରାପୁଟ ଜିଲ୍ଲା ଜନସଂଖ୍ୟାର ୨୨ ପ୍ରତିଶତ ହେଉଛନ୍ତି ଗୌଡ଼ । ସେମାନଙ୍କ ଚାଲିଚଳଣି, ଜୀବନଶୈଳୀ, ସାମାଜିକ ସ୍ଥିତି, ଆର୍ôଥକ ମାନଦଣ୍ଡକୁ ତର୍ଜମା କଲେ ଜଣାଯାଏ, ଅନ୍ୟ ଜାତି ମାନଙ୍କ ତୁଳନାରେ ବହୁ ପଛରେ , ସରକାର ସେମାନଙ୍କୁ ୨୦୮ ଜାତି ମଧ୍ୟରେ ପଛୁଆ ବର୍ଗ ଅନ୍ତର୍ଭୁକ୍ତ କରିଛନ୍ତି, ଯଦ୍ୱାରା କୌଣସି କ୍ଷେତ୍ରରେ ବି ସେମାନଙ୍କୁ ସଂରକ୍ଷଣ ମିଳୁ ନାହିଁ । ପ୍ରତି କ୍ଷେତ୍ର ଶିକ୍ଷା ହେଉ କି ଚାକିରୀ କିମ୍ବା ରାଜନୀତି, ଗୌଡ଼ ଭାଗିଦାରୀ ଜିଲ୍ଲାରେ ୧ ପ୍ରତିଶତ ବି ନାହିଁ । ସଂସଦରେ ରାଜ୍ୟରୁ ଗୌଡ଼ ଲୋକ ନାହାନ୍ତି, ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବି କେହି ନାହାନ୍ତି, ଏପରିକି ବିଧାନସଭାରେ ବି ସ୍ଥିତି ନ କହିବା ଭଲ । ଏହିସବୁ କାରଣ ଯୋଗୁଁ ଶାସନତନ୍ତ୍ରକୁ ନେଇ ନିସଙ୍ଗତ ମନେ କରୁଥିବା ଗୌଡ଼ ମାନେ କହିଛନ୍ତି । ତେଣୁ ସେମାନଙ୍କ ୭ ଦଫା ଦାବି ମୁଖ୍ୟମନ୍ତ୍ରୀ ଶୁଣନ୍ତୁ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଡମ୍ବୁରୁ ଗୌଡ଼, ଉପ ସଭାପତି ଲଳିତ ଗୌଡ଼,ଧନ ଗୌଡ଼ ,ହର ଗୌଡ଼, ସାଧାରଣ ସମ୍ପାଦକ ପୀତବାସ ଗୌଡ଼, ଉଦୟ ନାଥ ମହାଙ୍କୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button