ଧର୍ମଭାଇରାଲ୍

ଭଗବାନ ମହାକାଳଙ୍କ ମନ୍ଦିରରେ କ୍ରିକେଟର ଉମେଶ ଯାଦବ

ଉଜ୍ଜୈନ : ଭାରତୀୟ କ୍ରିକେଟ ଟିମ୍ର କ୍ରିକେଟର ଉମେଶ ଯାଦବ ଗୁରୁ ପୂର୍ଣ୍ଣିମାରେ ଉଜ୍ଜୈନ ପହଞ୍ଚି ଭଗବାନ ମହାକାଳଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ତାଙ୍କ ପତ୍ନୀ ତାନ୍ୟା ମଧ୍ୟ ତାଙ୍କ ସହିତ ଥିଲେ । ସେ ଏଠାରେ ଭଗବାନ ମହାକାଳଙ୍କ ପୂଜା ଏବଂ ଅଭିଷେକ କରିଥିଲେ ଏବଂ ସେ ଭସ୍ମ ଆରତୀରେ ମଧ୍ୟ ସାମିଲ ହୋଇଥିଲେ । ଏହାପରେ ସେ ଏଠାରେ ନନ୍ଦହାଲ୍ ରେ ବସି ଜପ କରିଥିଲେ । କ୍ରିକେଟର ଉମେଶ ଯାଦବ, ଗୁରୁ ପୂର୍ଣ୍ଣିମା ଅବସରରେ ପତ୍ନୀ ତାନ୍ୟାଙ୍କ ସହିତ ଉଜ୍ଜୈନ ପହଞ୍ଚିଥିଲେ । ସେ ଏଠାରେ ଭୋର୍ ୪ଟାରେ ମହାକାଳେଶ୍ୱର ମନ୍ଦିରରେ ହେବାକୁ ଥିବା ଭସ୍ମ ଆରତୀରେ ଭାଗ ନେଇଥିଲେ । ଭସ୍ମ ଆରତୀ ସମୟରେ ଉମେଶ ଧୋତି ସୋଲା ପିନ୍ଧିଥିବାର ନଜରକୁ ଆସିଥିଲେ । ଏହାପରେ ସେ ଭଗବାନ ମହାକାଳଙ୍କ ପୂଜାଅର୍ଚ୍ଚନା ଏବଂ ଜଳାଭିଷେକ କରି ଆଶୀର୍ବାଦ ନେଇଥିଲେ । ତତ୍ପଶ୍ଚାତ ଯାଦବ ଦମ୍ପତି ନଦୀ ହାଲ୍ ରେ ବସି ମନ୍ତ୍ର ଜପ କରିଥିଲେ । ଉମେଶ ଯାଦବ ଭଗବାନ ମହାକାଳଙ୍କ ଦର୍ଶନ କରି ଫଟୋ ଟ୍ୱୀଟ୍ ମାଧ୍ୟମରେ ସ୍ପଷ୍ଟ କରିଥିଲେ । ସେ ଶିବ ମନ୍ତ୍ରୀ ମଧ୍ୟ ପୋଷ୍ଟ କରିଥିଲେ ।

Related Articles

Leave a Reply

Your email address will not be published.

Back to top button