
ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମୁଲାୟମ ସିଂହ ଯାଦବଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିବାର ଘୋଷଣା ପରେ ଅସନ୍ତୁଷ୍ଟ ସିପି ନେତା। ନେତାଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଦାବି ଜୋର ଧରିବାରେ ଲାଗଇଛି। ଦିବଗନ୍ତ ନେତାଙ୍କୁ ପଦ୍ମ ବିଭୂଷଣ ତାଙ୍କର ଯୋଗଦାନ ପ୍ରତି ଉପହାସ ବୋଲି କହିଛନ୍ତି ସିପି ବିଧାନ ପରିଷଦ ସଦସ୍ୟା ସ୍ବାମୀ ପ୍ରସାଦ ମୌର୍ଯ୍ୟ।
ମୌର୍ଯ୍ୟ ଗୁରୁବାର ଦିନ ଟ୍ବିଟ କରି କହିଛନ୍ତି, ଭାରତ ସରକାର ନେତାଜୀ ମୁଲାୟମ ସିଂହ ଯାଦବଙ୍କୁ ମରୋଣନ୍ତର ପଦ୍ମ ବିଭୂଷଣ ଦେଇ ନେତାଜୀଙ୍କ ବ୍ୟକ୍ତିତ୍ବ, କୃତିତ୍ବ ଏବଂ ରାଷ୍ଟ୍ର ପ୍ରତି ତାଙ୍କ ଯୋଗଦାନ ପ୍ରତି ଉପହାସ କରାଯାଇଛି। ଯଦି ନେତାଜୀଙ୍କୁ ସମ୍ମାନ ଦେବାର ଥିଲା ତ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥାନ୍ତା।
ସେପଟେ ସପା ପ୍ରବକ୍ତା ଆଇପି ସିଂହ କିଛି ଏମିତି ବିଚାର ବ୍ୟକ୍ତ କରିଛନ୍ତି। ସେ ଟ୍ବିଟ କରି କହିଛନ୍ତି କି, ଧରିତ୍ରୀ ପୁତ୍ର ସ୍ବର୍ଗତ ମୁଲାୟମ ସିଂହ ଯାଦବଙ୍କ ଉପରେ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନକୁ ଛାଡି ଅନ୍ୟ କୌଣସି ସମ୍ମାନ ନାହିଁ। ଆମେ ସମସ୍ତଙ୍କ ଆଦରଣୀୟ ନେତାଜୀଙ୍କୁ ଅବିଳମ୍ବେ ଭାରତ ରତ୍ନ ଦେବାକୁ ଘୋଷଣା କରାଯାଉ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ବୁଧବାରକୁ ପଦ୍ମ ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଥିଲା। ଏଥିରେ ପଦ୍ମ ବିଭୂଷଣ ମୁଲାୟମ ସିଂହ ଯାଦବଙ୍କ ନାମ ଘୋଷିତ କରାଯାଇଥିଲା।