କୋର୍ଟଜାତୀୟ

ଗର୍ଭବତୀ ଛାତ୍ରୀଙ୍କ ଗର୍ଭପାତ ଯାଚିକା ଉପରେ ସୁପ୍ରିମକୋର୍ଟଙ୍କ କଡା ପଦକ୍ଷେପ

ନୂଆଦିଲ୍ଲୀ: ଗର୍ଭବତୀ ହୋଇଥିବା ଯୁବତୀଙ୍କ ୨୯ ସପ୍ତାହର ଗର୍ଭ ନଷ୍ଟ ଯାଚିକା ଉପରେ ସୁପ୍ରିମକୋର୍ଟ ବିଶେଷାଧିକାରର ପ୍ରୟୋଗ କରିଛନ୍ତି। କୋର୍ଟ ସମ୍ବିଧାନର ଅନୁଚ୍ଛେଦ ୧୪୨ରେ ପୂର୍ଣ୍ଣ ନ୍ୟାୟ ଉଦ୍ଦେଶ୍ୟରେ ବିଶେଷ ଅଧିକାର ପ୍ରୟୋଗ କରି ଯୁବତଙ୍କୀ ସୁରକ୍ଷିତ ପ୍ରସବ ଦାୟିତ୍ବ ଏମ୍ସକୁ ଦେଇଛନ୍ତି। ସୁରକ୍ଷିତ ପ୍ରସବ, ସ୍ବାସ୍ଥ୍ୟ, କଲ୍ୟାଣ ଦୃଷ୍ଟିରୁ ଏହି ଦାୟିତ୍ବ ଏମ୍ସକୁ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ।

ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ପି ଏସ ନରସିହ୍ମା ଓ ଜଷ୍ଟିସ ଜେ ବି ପାରଦୀବାଲାଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି କି, ସଲିସିଟର ଜେନେରାଲ ତୁଷାର ମେହତାଙ୍କ ପରାମର୍ଶ ପରେ ଶିଶୁ ଜନ୍ମ ହେବା ପରେ ତାକୁ ସେଣ୍ଟ୍ରାଲ ଆଡପ୍ସନ ରିସୋର୍ସ ଅଥରିଟିରେ ପଞ୍ଜିକରଣ ହୋଇଥିବା ଦମ୍ପତିଙ୍କ ମଧ୍ୟରୁ ସବୁଠାରୁ ଉପଯୁକ୍ତ ଦମ୍ପତିଙ୍କ ଚୟନ କରାଯିବ।

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଯୁବତୀ ପ୍ରସବ ପାଇଁ ପ୍ରସ୍ତୁତ ହୋଇଛି। ଶୁଣାଣି କାଳରେ ଆଡିସିନାଲ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟି କୋର୍ଟଙ୍କୁ କହିଛନ୍ତି, ଯଦି ଆବଶ୍ୟକ ପଡେ ତେବେ ସେ ଯୁବତୀଙ୍କୁ ନିଜ ଘରକୁ ନେବାକୁ ପ୍ରସ୍ତୁତ। ଏହା ପରେ ମାମଲାର ଗମ୍ଭୀରତାକୁ ନେଇ ସିଜେଆଇ ନିଜ କ୍ୟାବିନକୁ ସମସ୍ତ ପକ୍ଷକାରଙ୍କୁ ଡକାଇ  ଆଲୋଚନା କରିଛନ୍ତି। ଏହା ପରେ ଖଣ୍ଡପୀଠ ଧାରା ୧୪୨ ଅନ୍ତର୍ଗତ ମିଳିଥିବା ବିଶେଷାଧିକାରର ପ୍ରୟୋଗର ନିଷ୍ପତ୍ତି ଆଦେଶ ଜାରି କରିଛନ୍ତି।

ଗତ ଶୁଣାଣି କାଳରେ ସିଜେଆଇ ଏଏସଜି ଐଶ୍ବର୍ଯ୍ୟା ଭାଟି କହିଛନ୍ତି କି, ସେ ପୀଡିତ କିଶୋରୀ ସହ ଆଲୋଚନା କରି ତାକୁ ବୁଝାଇବାକୁ ପରାମର୍ଶ ଦେଇଥିଲେ।  ଏମ୍ସର ବିଶେଷଜ୍ଞ ମଧ୍ୟ ଗର୍ଭପାତ କରାଯାଇ ପାରିବ ନାହିଁ ବୋଲି ବୁଝାଇଥିଲେ। ୨୦ ବର୍ଷୀୟା ବିଟେକ ଛାତ୍ରୀଙ୍‌କ ୨୯ ସପ୍ତାହର ଗର୍ଭପାତ ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାୟର ହୋଇଥିଲା।

ସୂଚନା ଯୋଗ୍ୟ, ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନାନ୍ସି ଆକ୍ଟ ଅନ୍ତର୍ଗତ ବିବାହିତ ମହିଳା, ଦୁଷ୍କର୍ମ ପୀଡିତା, ଦିବ୍ୟାଙ୍ଗ ଓ ନାବାଳିକାଙ୍‌କ ପରି ସମ୍ବେଦନଶୀଳ ମହିଳାଙ୍କ ଗର୍ଭପାତ ଉପରେ ସମୟ ସୀମା ୨୪ ସପ୍ତାହ ଧାର୍ଯ୍ୟ କରାଯାଇଥିବା ବେଳେ ଅବିବାହିତ ମହିଳାଙ୍କ ଗର୍ଭପାତ ସମୟ ୨୦ ସପ୍ତାହ ରହିଛି। ତେବେ କୋର୍ଟ ଏହି ବ୍ୟବଧାନ ଉଠାଇବାକୁ ଆଦଶ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button