ଜାତୀୟସ୍ୱାସ୍ଥ୍ୟ

ଦେଶରେ ଓମିକ୍ରନର ସବ୍ ଭାରିଆଣ୍ଟ ବ୍ୟାପୁଛି

ନୂଆଦିଲ୍ଲୀ: ଭାରତରେ ପୁଣି ଉଗ୍ରହେବ କରୋନା। ଦେଶରେ କରୋନାର ଓମିକ୍ରନ ଭାରିଆଣ୍ଟର ସବ ଭାରିଆଣ୍ଟ ପ୍ରବେଶ କରିଛି। ବିଭିନ୍ନ ରାଜ୍ୟରୁ ଓମିକ୍ରନର ସବ୍‌ ଭାରିଆଣ୍ଟ ଚିହ୍ନଟ ହେଲାଣି। ଏହି ସବଭାରିଆଣ୍ଟ ବର୍ତ୍ତମାନ ଚୀନରେ କରୋନା ସଂକ୍ରମଣକୁ ବୃଦ୍ଧି କରିଛି। ଦେଶରେ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକରେ ଓମିକ୍ରନର ସବ୍‌ ଭାରିଆଣ୍ଟା ଚିହ୍ନଟ ହୋଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି କି, ଦେଶର ବିଭିନ୍ନ ରାଜ୍ୟରେ ଓମିକ୍ରନର ସବଭାରିଆଣ୍ଟ ଚିହ୍ନଟ ହୋଇଥିଲେ ମଧ୍ୟ କୌଣସି ଚିନ୍ତାଜନକ  ପରିସ୍ଥିତି ସୃଷ୍ଟି ହୋଇନାହିଁ। ସଂକ୍ରମିତଙ୍କ ମଧ୍ୟରୁ କେହି ଗମ୍ଭୀର ରୋଗରେ ପଡିନାହାନ୍ତି। କିନ୍ତୁ ଆଲର୍ଟ ଜାରି କରାଯାଇଛି। ଅନେକ ସମୟରେ ପ୍ରାରମ୍ଭିକ ଅବସ୍ଥାରେ ଭୂତାଣୁର ବ୍ୟବହାର ଜଣାପଡି ନ ଥାଏ, ତେଣୁ ସମସ୍ତଙ୍କୁ ସାବଧାନ ରହିବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏହି ଭାରିଆଣ୍ଟ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନଜର ରହିଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଛି କି ନାହିଁ, ସେମାନଙ୍କୁ ଆଇସିୟୁର ଆବଶ୍ୟକତା ପଡୁଛି କି ନାହିଁ ଓ ମୃତ୍ୟୁ ସଂଖ୍ୟା ବଢୁନାହିଁ ତ? ଏନେଇ ବିଭାଗ ପକ୍ଷରୁ ଅନ୍ୟାନ୍ୟ ବିଭାଗ ସହ ଆଲୋଚନା ହେଉଛି।

Related Articles

Leave a Reply

Your email address will not be published.

Back to top button