ଓଡ଼ିଶା

ନିଜର ହକ୍ ପାଇଁ ଶାଶୁଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଦୁଇ ବୋହୂ

ପୁଣି ଥରେ ନିଜର ହକ୍ ପାଇଁ ଦାଣ୍ଡ ବାରଣ୍ଡାରେ ଦୁଇ ବୋହୂ । ନ୍ୟାୟ ପାଇଁ ନିଜ ଶାଶୁଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଦୁଇ ବୋହୂ । ତେବେ ଏହି ଦୁଇ ବୋହୂ ଦୁଇ ଭଉଣୀ ବୋଲି ଜଣାପଡୁଛି । ବଡ଼ ଭଉଣୀ ରଶ୍ମିତା ବେହେରା ଓ ସାନ ଭଉଣୀ ସସ୍ମିତା ବେହେରା । ଦୁଇ ବୋହୂଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଶାଶୁ ଘର ଲୋକେ ସେମାନଙ୍କୁ ନିର୍ଯ୍ୟାତନା ଦେଇ ଘରୁ ବାହାର କରିଦେଇଛନ୍ତି । ଦୁଇ ବୋହୁଙ୍କ ଘର ଆଙ୍କଶପୁର । ଦୁହେଁ ଗୋଟିଏ ପରିବାରରେ ବିବାହ ହୋଇ ଦୁଇ ଯା ହୋଇଛନ୍ତି ।

ରଶ୍ମି ବେହେରା ୨୦୧୮ଫେବୃୟାରୀ ୨ ତାରିଖରେ ବିବାହ ହୋଇଥିଲେ। ତାଙ୍କର ୨ ବର୍ଷର ଝିଅ ଅଛି। ସସ୍ମିତା ବେହେରା ୨୦୧୯ ଫେବୃୟାରୀ ୨ ତାରିଖରେ ବିବାହ କରିଥିଲେ । ତାଙ୍କର ୩ ବର୍ଷର ପୁଅ ଅଛି। ଉଭୟଙ୍କୁ ଶ୍ୱଶୁର ଘର ଲୋକେ ବାହାର କରିଦେଇଛନ୍ତି। ଗତକାଲି ରାତିରେ କିଛି କଥାକୁ ନେଇ ଘରେ ଗଣ୍ଡଗୋଳ ହୋଇଥିବା ବେଳେ ଦୁଇ ବୋହୂଙ୍କୁ ଶାଶୁ ଘର ପରିବାର ଲୋକେ ମାଡ ମାରିଥିବା ନେଇ ଅଭିଯୋଗ କରିଛନ୍ତି ।

ପୂର୍ବରୁ ମଧ୍ୟ ଏ ନେଇ ପୋଲିସ ର ଦ୍ୱାରସ୍ତ ହୋଇଥିବାବେଳେ କୌଣସି ସୁଫଳ ମିଳିନାହିଁ । ପୋଲିସ କୁ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେଉ ବୋଲି ଦାବି କରିଛନ୍ତି । ଅନ୍ୟ ପଟେ ସ୍ୱାମୀମାନେ ବି ତାଙ୍କ ମା କଥାରେ ଉଠବସ୍ ହେଉଛନ୍ତି । ଆମ ପିଲାମାନଙ୍କର ମୁହଁକୁ ବି ଦେଖୁ ନାହାନ୍ତି, କି ଆମ ସହ ଠିକ୍ ରେ କଥା ହେଉ ନାହାନ୍ତି । ଆମେ ଛୋଟ ପିଲାକୁ ଧରି କୁଆଡେ଼ ଯିବୁ । ଏହାର ସମାଧାନ ନ ହେଲା ଯାଇଁ ଆମେ ଏଇଠି ହିଁ ରହିବୁ ଏଇଠେ  ହିଁ ମରିବୁ ବୋଲି କହିଛନ୍ତି ଦୁହେଁ ଭଉଣୀ । ସେପଟେ ଦୁଇ ବୋହୂଙ୍କ ଏଭଳି ଧାରଣା ପରେ ଶାଶୁ ବି ବାହାରକୁ ବାହାରି ନ୍ୟାୟ ଦାବି କରିଛନ୍ତି । ବୋହୁ ମାନେ ନାହିଁ ନଥିବା ହଇରାଣ କରୁଛନ୍ତି ପୁଅ ମାନଙ୍କ କଥା କୁ ଶାଶୁ ଶ୍ୱଶୁର କଥା ଶୁଣୁନାହାନ୍ତି । ଏ ନେଇ ପୁଅମାନେ ବଡବଜାର ଥାନା ଦ୍ୱାରାସ୍ତ ହୋଇଥିବାବେଳେ, ପୋଲିସ ହିଁ ଉପଯୁକ୍ତ ପଦକ୍ଷେପ ନେବବୋଲି କହିଛନ୍ତି ଶାଶୁ ।

ତପସ୍ୱିନୀ ପାରିବାରିକ ବିବାଦ ମାମଲାର ଅନ୍ତ ଘଟିନଥିବାବେଳେ, ଏବେ ପୁଣି ଥରେ ବ୍ରହ୍ମପୁର ସହରରେ ଏହି ଦୁଇ ବୋହୁଙ୍କ ମାମଲା ଉପରକୁ ବଢିବା ପୂର୍ବରୁ ପୋଲିସ ସହ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ବିଭିନ୍ନ ମହଲରେ ଚର୍ଚ୍ଚା ଜୋରଧରିଛି।  

Leave a Reply

Your email address will not be published.

Back to top button