ଜାତୀୟରାଜନୀତି

ରାଜନୈତିକ ଦଳ ମାନଙ୍କ ଉପରେ କାହିଁକି ବର୍ଷିଲେ ପ୍ରଧାନ ବିଚାରପତି?

ସମ୍ଭିଧାନ ପାଖରେ ନ୍ୟାୟପାଳିକା ଉତ୍ତରଦାୟୀ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ.ଭି ରମନ୍ନା କହିଛନ୍ତି । ରାଜନୈତିକ ଦଳ ଉପରେ ବର୍ଷିଛନ୍ତି ପ୍ରଧାନ ବିଚାରପତି । ସେ କହିଛନ୍ତି ନିଜର ସ୍ବାର୍ଥ ସାଧାନ ପାଇଁ ରାଜନୈତିକ ଦଳ ମାନେ ନ୍ୟାୟପାଳିକାକୁ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି । ରାଜନୈତିକ ଦଳ ଗୁଡିକର ତ୍ରୁଟିଯୁକ୍ତ ଚିନ୍ତାଧାରା ପାଇଁ ଉପଯୁକ୍ତ ବୁଝାମଣାର ଅଭାବ କାରଣରୁ ସମ୍ଭିଧାନ ଏଂବ ଗଣତାନ୍ତ୍ରିକ ସଂସ୍ଥା ସମ୍ପର୍କରେ ଜାଣିପାରୁନାହାଁନ୍ତି ସାଧାରଣ ଲୋକ । ଜୁଲାଇ ୧ ତାରିଖ ରେ ଆମେରିକାର ସାନଫ୍ରାନସିସ୍‌କୋ ଆୟୋଜିତ ଭାରତୀୟ ଆମେରିକୀୟ ସଂଙ୍ଘର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନ ବିଚାରପତି ରମନ୍ନା । ଏହି ଅବସରରେ ପ୍ରଧାନ ବିଚାରପତି କହିଥିଲେ ଯେ ଆମେ ୭୫ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛେ । କିନ୍ତୁ ଏବେ ବି ଅନେକ ଅବଶୋଷ ରହିଛି ।

ସମ୍ଭିଧାନ ଦ୍ୱାରା ପ୍ରତ୍ୟକ ସଂସ୍ଥା ଏବଂ ଲୋକ ମାନଙ୍କୁ ଦିଆଯାଇଥିହା ଦାୟିତ୍ୱ ସଠିକ ଭାବରେ ତୁଲାଉ ନାହାଁନ୍ତି । ଯିଏ ସରକାର ରେ ରହୁଛି ସେ ଭାବୁଛି ଯେ ସରକାରଙ୍କ ପ୍ରତ୍ୟକ କାର୍ଯ୍ୟ ପାଇଁ ଅଦାଲତରୁ ଅନୁମୋଦନ ପାଇବାକୁ ସେମାନେ ହକଦାର , ସେହିପରି ଯିଏ ବିରୋଧୀ ଦଳରେ ରହୁଛନ୍ତି ସେମାନେ ଆଶା କରୁଛନ୍ତି କି ତାଙ୍କର ରାଜୈନିତକ ଆଶାକୁ ନ୍ୟାୟପାଳିକାରୁ ଆସ୍ୱସ୍ଥି ମିଳିବ । ଷ୍ପଷ୍ଟ କଥା ହେଉଛି ନ୍ୟାୟପାଳିକା କେବେଳ ସମ୍ଭିଧାନ ପାଖରେ ଉତ୍ତରଦାୟୀ । ତ୍ରୁଟିପୁର୍ଣ ବିଚାର ପାଇଁ ଲୋକ ମାନଙ୍କ ମଧ୍ୟ୍ୟରେ ଉପଯୁକ୍ତ ବୁଝାମଣାର ଅଭାବରୁ ସମ୍ଭିଧାନ ଏବଂ ଗଣତାନ୍ତ୍ରିକ ସଂସ୍ଥା ସମ୍ପର୍କରେ ଜାଣିପାରୁନାହାଁନ୍ତି । ପ୍ରତେକ ସଂସ୍ଥା ଏବଂ ବ୍ୟକ୍ତି ସମ୍ଭିଧାନ ଦ୍ୱାରା ନିର୍ଧାରିତ କାର୍ଯ୍ୟ କରିବାରେ ଅସମର୍ଥ ହେଉଛନ୍ତି । ଆଉ ଯେଉଁ ମାନେ ଠିକ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପ୍ରଶଂଶା କରାଯାଉନାହିଁ । ସେହିପରି ପ୍ରଧାନ ବିଚାରପତି ଭାରତରେ ଉଚ୍ଚସିକ୍ଷା କ୍ଷେତ୍ରରେ ପେଶାଗତ ଶିକ୍ଷାନୁଷ୍ଟାନର ବିକାଶ କୁ ପ୍ରଶଂସା କରିଛନ୍ତି ।

କହିଛନ୍ତି ପୁର୍ବରୁ ଲୋକ ମାନେ ପେଶାଗତ କୋର୍ସ ଯେମିତିକି ଆଇନ , ବ୍ୟବସାୟ, ଇତ୍ୟାଦି ପାଇଁ ଦେଶ ଛାଡୁଥିଲେ କିନ୍ତୁ ଏବେ ଦେଶେର ଭଲ ଶିକ୍ଷା ସଂସ୍ଥା ରହିଛି । ଏହା ବ୍ୟତୀତ ସରକାରଙ୍କ କିଛି ଯୋଜନା ବିଶ୍ୱବିଦ୍ୟାଳୟରେ ଶାନ୍ତି ଭଙ୍ଗ କରୁଛି । ସାରା ବିଶ୍ୱରେ ସରକାର ବଦଳିବା ସହ ଯୋଜନା ମଧ୍ୟ୍ୟ ପରିବର୍ତ୍ତନ ହେବା ଆବଶ୍ୟକ । କିନ୍ତୁ ବଦଳିବାର ଅର୍ଥ ନୁହେଁ ଯେ ଶିକ୍ଷା କ୍ଷେତ୍ରରେ ବିକାଶକୁ ହ୍ରାସ କରିବା । ସମ୍ଭିଧାନ ଅନୁଯାୟୀ ପ୍ରତି ୫ ବର୍ଷରେ ସରକାର ବଦଳାଇଭାକୁ ଲୋକ ମାନଙ୍କ ପାଖେର କ୍ଷମତା ଅଛି । ସରକାର ବଦଳାଇବାରେ ସହର ଅପେକ୍ଷା ଗ୍ରାମାଞ୍ଚଳଲୋକ ମାନେ ଅଧିକ ସକ୍ରିୟ ଅଛନ୍ତି । ଭାରତ ବିଭିନ୍ନତା ମଧ୍ୟ୍ୟରେ ଏକତାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓ ଆମେ ସମସ୍ତେ ଏହାକୁ ପ୍ରଶଂସା କରିବା ଦରକାର ବୋଲି ପ୍ରଧାନବିଚାରପତି ଏନ.ଭି ରମନ୍ନା କହିଛନ୍ତି ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button