ଜାତୀୟ

ଜମ୍ମୁ ଘାଟିରେ ଘନଘନ ଆତଙ୍କୀ ଆକ୍ରମଣ

ଶ୍ରୀନଗର: ରଜୌରୀ ଘାଟି ଆତଙ୍କବାଦୀ ଆକ୍ରମଣର ୨୪ ଘଣ୍ଟା ନ ପୂରୁଣୁ ରଜୌରୀରର ଡାଙ୍ଗିରିରେ  ଆଇଇଡି ବିସ୍ଫୋରଣ ହୋଇଛି। ରବିବାର ଦିନ ହୋଇଥିବା  ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ବିସ୍ପୋରଣରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।  ଆହତଙ୍କ ମଧ୍ୟରେ ୨ ମହିଳା ଓ ୩ ଶିଶୁ ରହିଛନ୍ତି।  ବିସ୍ପୋରଣ ପରେ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଓ ଏହାର ତଦନ୍ତରେ ଏନଆଇଏ ନିୟୋଜିତ ହୋଇଛି।

ସୋମବାର ଦିନ ରଜୋରୀର ଡାଙ୍ଗିରି ଅଞ୍ଚଳରେ ଏକ ଆଇଇଡି ବିସ୍ପୋରଣ ହୋଇଛି। ଏହି ବିସ୍ପୋରଣରେ ଜଣେ ଶିଶୁର ମୃତ୍ୟୁ ହୋଇଛି ଓ ୫ ଜଣ ଆହତ ହୋଇଛନ୍ତି। ଏହା ପୂର୍ବରୁ ରବିବାର ଦିନ ଆତଙ୍କବାଦୀ ଜଣେ ହିନ୍ଦୁ ଲୋକଙ୍କ  ଉପରେ ଆଖୁବୁଜା ଗୁଳିମାଡ କରିଥିଲେ। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୯ ଜଣ ଆହତ ହୋଇଥିଲେ।  ଉଭୟ ଆକ୍ରମଣ ଘଟଣାରେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେନା ପକ୍ଷରୁ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଓ ତଦନ୍ତ ଦାୟିତ୍ବ ଏନଆଇଏ ଦିଆଯାଇଛି।

ଗତକାଲିର ଆକ୍ରମଣ ପାଇଁ ଟିଆରଏଫ ନିଜକୁ ଦାୟୀ କରିଥିଲା। ଏହି ଗୁଳିମାଡ ପରେ ଲୋକେ ବିରୋଧ ପ୍ରଦର୍ଶନ ଚାଲିଥିଲା। ସେପଟେ ଦୁଇ ଦିନରେ ଦୁଇ ଦୁଇଟି ଆକମ୍ରଣ ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ଜମ୍ମୁକାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ଏଲଜି ମନୋଜ ସିହ୍ନା ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ଘଟଣାରେ ପ୍ରାଣହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହ  ଗୁରୁତରଙ୍କୁ ୧ ଲକ୍ଷ ଲେଖା ଟଙ୍କା  ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ପ୍ରତି ମୃତକ ପରିବାରରୁ ଜଣେ ଲେଖାଙ୍କୁ  ସରକାରୀ ଚାକିରି ଦିଆଯିବାକୁ ଘୋଷଣା କରାଯାଇଛି।

Related Articles

Leave a Reply

Your email address will not be published.

Back to top button