ଓଡ଼ିଶାସୂଚନା ପ୍ରଯୁକ୍ତି ଓ ଦୂରସଞ୍ଚାର

ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟ ଓ ୨୦୦ରୁ ଅଧିକ ସହର ଓ ନଗରରେ ଜିଓ ଟ୍ରୁ-୫ଜି ଉପଲବ୍ଧ

ଭୁବନେଶ୍ୱର : ଜିଓ ଟ୍ରୁ-୫ଜି ସେବା ଏବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମେତ ୨୦୦ରୁ ଅଧିକ ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହୋଇଛି । ଏଥିସହିତ ଏହି ସହର ଓ ନଗରଗୁଡ଼ିକର ଆଖପାଖରେ ଥିବା ଶତାଧିକ ଗ୍ରାମଗୁଡ଼ିକ ମଧ୍ୟ ଏଷବ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରିପାରିବେ ।

ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍ ରୁ ଅଧିକ ସ୍ପିଡ୍ ର ଅସୀମିତ ଡାଟାକୁ ଉପଭୋଗ କରିବା ଲାଗି ଏହି ସମସ୍ତ ସହର, ନଗର ଓ ଗ୍ରାମର ଜିଓ ବ୍ୟବହାରକାରୀମାନଙ୍କୁ ଜିଓ ୱେଲକମ୍ ଅଫର ଜରିଆରେ ଆମନ୍ତ୍ରଣ କରାଯାଉଛି । ଏହି ଅଂଚଳଗୁଡ଼ିକର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଶିକ୍ଷାନୁଷ୍ଠାନ, ମଲ୍ ଓ ବଜାର, ଆବାସିକ ଅଂଚଳ, ହସ୍ପିଟାଲ୍ ହୋଟେଲ୍ ଓ ରେସ୍ତୋରାଁ, ସରକାରୀ କୋଠା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ପ୍ରତିଷ୍ଠାନ ଇତ୍ୟାଦିରେ ଜିଓ ଟ୍ରୁ-୫ଜି ସେବା ପହଂଚିପାରିଛି । ଚଳିତ ଆଇପିଏଲ୍ ସିଜନ୍ ରେ ନିୟୁତାଧିକ ଜିଓ ଗ୍ରାହକ ଜିଓ-ଟ୍ରୁ୫ଜି ସେବାକୁ ବ୍ୟବହାର କରି ନିଜ ଘରେ ଆରାମରେ ରହି ମ୍ୟାଚ୍ ଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଦେଖିପାରୁଛନ୍ତି ।

ଜିଓ ପ୍ରଥମ ଟେଲିକମ୍ ସେବା ପ୍ରଦାନକାରୀ ଭାବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ୨୦୦ରୁ ଅଧିକ ସହର ଓ ନଗରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛି । ସାରା ଓଡ଼ିଶାରେ ଦ୍ରୁତ ଗତିରେ ଟ୍ରୁ-୫ଜିର ଶୁଭାରମ୍ଭ କରି ଓଡ଼ିଶାରେ ଏହାର ଟ୍ରୁ-୫ଜି କଭରେଜ୍ କୁ ସୁଦୃଢ଼ କରିବା ସହିତ ଏହି ପ୍ରଯୁକ୍ତିର ଯୁଗାନ୍ତକାରୀ ଲାଭକୁ ଜିଓ ବ୍ୟବହାରକାରୀମାନଙ୍କୁ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।  

Leave a Reply

Your email address will not be published.

Back to top button