ଜାତୀୟ

ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ

କଟିହାର: ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ। ବିହାରର କଟିହାର ଜିଲ୍ଲା  ଦେଇ ଯାତ୍ରା କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ହୋଇଛି ପଥର ମାଡ। ଏନେଇ ଶନିବାର ରେଳବାଇ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡର ସଦ୍ୟତମ ଘଟଣା ଶୁକ୍ରବାର ସଂଧ୍ୟାରେ ଘଟିଛି।  ନିଉ ଜଲପାଇଗୁରିରୁ ହାଓଡା ଯାତ୍ରା କରୁଥିବା ଟ୍ରେନ ନମ୍ବର ୨୨୩୦୨ ଉପରକୁ ପଥର ମାଡ ନେଇ ଜଣେ ଯାତ୍ରୀ ଅଭିଯୋଗ କରିଥିବା କଟିହାର ରେଳବାଇ ଡିଭିଜନର ବରିଷ୍ଠ ସୁରକ୍ଷା ଆୟୋଗ ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ଟ୍ରେନ ବଳରାମପୁର ଥାନା ଅଧୀନ ଡାଳଖୋଲା ଓ ତେଲତା ଷ୍ଟେସନ ମଧ୍ୟରେ ଯାଉଥିବା ବେଳେ ଅପରାହ୍ନ ୪ଟା ୨୫ ମିନିଟରେ  ଟ୍ରେନ ଉପରକୁ ଏକ ପଥର ମାଡ ହୋଇଥିଲା। ଅଭିଯୋଗ ଆଧାରରେ ରେଳବାଇ ପକ୍ଷରୁ ଯାଞ୍ଚ କରାଯାଇ ଏକ ଝରକାରେ ଦାଗ ପାଇଥିଲେ।

ତେବେ ଏହି ରୁଟରେ ଗଡିବାର ପ୍ରଥମ ସେମି ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଏକ ମାସ ମଧ୍ୟରେ  ପଥର ମାଡର ଏହା ଦ୍ବିତୀୟ ଘଟଣା। ଏହା ପୂର୍ବରୁ ଜାନୁଆରୀ ୩ ତାରିଖରେ କିଶନଗଞ୍ଜ ଜିଲ୍ଲାରେ ଟ୍ରେନ ଉପରକୁ ପଥର ମାଡ ହୋଇଥିଲା। ଏହି ଘଟଣାରେ ୩ ଜଣ ନାବାଳକଙ୍କୁ ଚିହ୍ନଟ କରାଯାଇ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ପ୍ରଡ୍ୟୁସ କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button