ଅପରାଧ

ସଲପ ରସ ଚାଲାଣ ବେଳେ ଚଢ଼ାଉ, ଜଣେ ଗିରଫ

ଜୟପୁର : ସଲପ ରସ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ଚଢ଼ାଉ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ତେଲେଙ୍ଗାନା ରାଜ୍ୟର ଏ. ନରେଶ (୩୦) । ଅବକାରି ବିଭାଗ ସୁଚନା ଅନୁଯାଇ ତେଲେଙ୍ଗାନା ରାଜ୍ୟର ଏ. ନରେଶ ଏକ ବାଇକ ଯୋଗେ ସଲପ ରସ ତାଡି ଚାଲାଣ କରୁଥିବା ବେଳେ ଅବକାରି ବିଭାଗ ଚଢାଉ କରିଛି । ଜୟପୁର ସହର ଜୟନଗର ଛକ ଠାରେ ଚଢାଉ କରିଛି । ଚଢାଉ କରି ୪୦ ଲିଟର ତାଡି ଓ ବାଇକକୁ ଜବତ କରି ଅଭିଯୁକ୍ତକୁ ଗିରଫ କିରିଥିବା ଜୟପୁର ଅବକାରି ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button