ଜାତୀୟରାଜନୀତି

ମୁଁ ସ୍ବଇଛାରେ ପ୍ରାର୍ଥୀପତ୍ର ଫେରାଇ ନେଇଛି: ଜରିୱାଲା

ଗାନ୍ଧୀ ନଗର: ଗୁଜୁରାଟ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ କଞ୍ଚନ ଜରିୱାଲାଙ୍କ ବୟାନ ଜାରି। ସେ ସ୍ବଇଛାରେ ନିଜ ପ୍ରାର୍ଥୀ ପତ୍ର ଫେରାଇ ନେଇଥିବା କହିଛନ୍ତି। ଏହା ପୂର୍ବରୁ ଆପ ବିଜେପି ଉପରେ ଜରିୱାଲାଙ୍କ ଅପହରଣ ଅଭିଯୋଗ ଅଣିଥିଲା। ଆମ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୁରତ ପୂର୍ବରୁ ପ୍ରାର୍ଥୀ ହେଇେଥିବା ଜରିମାନାଙ୍କ ନାମାଙ୍କନକୁ ଫେରସ୍ତ ନେବା ଉପରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଥିଲେ।

ଜରିୱାଲା କହିଛନ୍ତି କି, ନିର୍ବାଚନ ପ୍ରଚାର କାଳରେ ଲୋକମାନେ ତାଙ୍କୁ ପ୍ରଶ୍ନ କରିଥିଲେ କି, ଦେଶ ବିରୋଧୀ ତଥା ଗୁଜୁରାଟ ବିରୋଧୀ ଦଳର ପ୍ରାର୍ଥୀ କାହିଁ ହେଲେ ବୋଲି ପ୍ରଶ୍ନ କରିଥିଲେ। ଏହା ପରେ ସେ ନିଜ ଅନ୍ତରାତ୍ମାର ସ୍ବର ଶୁଣି ପ୍ରାର୍ଥୀପତ୍ର ଫେରାଇ ନେଇଛନ୍ତି। ସେ ଦେଶ ବିରୋଧୀ ଓ ଗୁଜୁରାଟ ବିରୋଧୀ ଦଳ ସହ ରହି ପାରିବେ ନାହିଁ।

ତେବେ ସିସୋଦିଆ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ବିଜେପି ବିରୋଧରେ ଅଭିଯୋଗ କରିଥିଲେ। ସେ କହିଥିଲେ କି, ବିଜେପି ଯେତେବେଳେ କାଞ୍ଚନ ଜରିୱାଲାଙ୍କ ନାମାଙ୍କନ ରଦ୍ଦ କରିପାରିଲା ନାହିଁ ତ ତାଙ୍କୁ ଓ ତାଙ୍କ ପରିବାରକୁ ଧମକ ଦେଇଥିଲା। ବିଜେପି ପୁଲିସ ସହ ଜରିୱାଲାଙ୍କୁ ଆଣି ତାଙ୍କ ନାମାଙ୍କନ ରଦ୍ଦ କରିଥିଲା। ଯେଉଁ ଭଳି ନାମାଙ୍କନ ରଦ୍ଦ କରାଯାଇଛି ଏହା ପୁଲିସର ଦୁରୁପଯୋଗ ବୋଲି ଅଭିଯୋଗ କରିଛନ୍ତି ସିସୋଦିଆ।

Related Articles

Leave a Reply

Your email address will not be published.

Back to top button