ଜାତୀୟ

ୟୁଟ୍ୟୁବରୁ ଭାରତୀୟ ଜିଡିପିକୁ ଅବଦାନ

()ୟୁଟ୍ୟୁବର କ୍ରିଏଟିଭ ଇକୋସିଷ୍ଟମର  ଭାରତୀୟ ଜିଡିପିରେ ବଡ ଅବଦାନ। ୨୦୨୧ରେ ୧୦ହଜାର କୋଟି ଟଙ୍କାର ଅବଦାନ ୟୁଟ୍ୟୁବରୁ ମିଳିଛି । ଏଥିସହ ଦେଶରେ ୭ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ଫୁଲ ଟାଇମ ଦରମା ସହ ସମାନ ଚାକିରି ମଧ୍ୟ ପ୍ରଦାନ କରିଛି ଗୁଗଲ କମ୍ପାନୀ । ତେବେ ଏନେଇ ଗୁଗଲ ନିଜେ ସୂଚନା ଦେଇଛି ।

କମ୍ପାନୀ ଆଉ ମଧ୍ୟ ଘୋଷଣା କରିଛି ଯେ, ଦର୍ଶକ ମାନଙ୍କ ପାଇଁ ଏକ ସମୃଦ୍ଧ ସିକ୍ଷଣ ଅଭିଜ୍ଞତା ଓ କ୍ରିଏଟରଙ୍କ ପାଇଁ ମନିଟାଇଜ କରିବାର ଏକ ଆଉ ଏକ ପ୍ରକ୍ରିୟା ୨୦୨୩ରୁ ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ଲକ୍ଷାଧିକ ଲୋକେ ୟୁଟ୍ୟୁବରେ  କଣ୍ଟେଣ୍ଟ ତିଆରି କରୁଛନ୍ତି । ଏହି ପ୍ଲାଟଫର୍ମ କ୍ରିଏଟରଙ୍କୁ ଅର୍ଥ ଉପାର୍ଜନ କରିବାର ମାଧ୍ୟମ ସାଜିବା ସହ ଲୋକମାନଙ୍କ ଇଚ୍ଛା ଅନୁଯାୟୀ ତାଙ୍କ କ୍ୟାରିଅର ଗଢିବାର ମଧ୍ୟ ମାଧ୍ୟମ ସାଜିଛି ।

Related Articles

Leave a Reply

Your email address will not be published.

Back to top button