ଯାହାକୁ ଦେଖୁଛି ନିଜର ସମ୍ପତ୍ତି ବୋଲି ଦାବି କରୁଛି ଓ୍ୱାକଫ ବୋର୍ଡ। ତା ହେଲେ ତାଜମହଲ ଓ ଲାଲକିଲାକୁ ବି ଓ୍ୱାକଫ ସମ୍ପତ୍ତି କହି ଘୋଷଣା କରିଦିଅ। ଯେତେବେଳେ ମନ ଆସିବ, ଯାହାର ବି ସମ୍ପତ୍ତିକୁ ନିଜର ବୋଲି ଘୋଷଣା କରିଦେବ କି କହି ବର୍ଷିଛନ୍ତି ଜଷ୍ଟିସ ଗୁରପାଲ ସିଂ ଆହ୍ଲୁଓ୍ୱାଲିଆ। ନୋଟିସ ଇସ୍ୟୁ କରି ସବୁ ସମ୍ପତ୍ତିକୁ ନିଜର ବୋଲି କେମିତି ଓ୍ୱାକଫ ବୋର୍ଡ ଘୋଷଣା କରିଦେଉଛି ବୋଲି ପ୍ରଶ୍ନ ପଚାରି ଓକିଲଙ୍କୁ ଅକଳରେ ପକାଇଦେଇଥିଲେ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୁରପାଲ ସିଂ। ଘୋଷଣା ଆଗରୁ ଏହି ସମ୍ପତ୍ତି କାହାର ଥିଲା ଓ ଏହାର ମାଲିକ କିଏ। ନ ଜାଣି ନୋଟିସ ଖଣ୍ଡେ ଇସ୍ୟୁ କରି ନିଜର କେମିତି କରିଦେଉଛି। କାଲିକି କାଲି କୌଣସି ସରକାରୀ ଦପ୍ତରକୁ ନିଜର ସମ୍ପତ୍ତି ବୋଲି କହିବାକୁ ପଛାଇବନି ଓ୍ୱାକଫ ବୋର୍ଡ। ପୁରାତନ କୀର୍ତ୍ତିରାଜି ଆକ୍ଟରେ ଐତିହାସିକ ସ୍ମାରକ କେନ୍ଦ୍ର ସରକାରଙ୍କ ଦ୍ୱାରା ସେଫଗାର୍ଡ କରାଯାଇପାରିବ। କିନ୍ତୁ ମାଲିକାନା ଓ୍ୱାକଫ ବୋର୍ଡ ପାଖରେ ରହିବ ବୋଲି ଯୁକ୍ତିରୁ ଚିହିଁକି ଉଠିଥିଲେ ଜଷ୍ଟିସ୍ ଆହ୍ଲୁଓ୍ୱାଲିଆ। ଓକିଲ କହିଥିଲେ ଯେ, ୧୯୮୯ରେ ପ୍ରପର୍ଟିକୁ ଓ୍ୱାକଫ ବୋର୍ଡ ନିଜର ବୋଲି ଘୋଷଣା କରିଥିଲା। ୧୯୮୯ରେ କେମିତି ଓ୍ୱାକଫ ବୋର୍ଡ ଏହାର ମାଲିକ ବୋଲି ଘୋଷଣା କଲା। ୧୯୮୯ ନୋଟିଫିକେସନ ଆଗରୁ ଏହି ସମ୍ପତ୍ତି କାହାର ଥିଲା, ତାକୁ ନଜାଣି ମନଇଛା ନିଜର ସମ୍ପତ୍ତି ଘୋଷଣା କରିବା ବେଆଇନ୍।
Naxatra News is now on Whatsapp
Join and get latest news update delivered to you via whatsapp
Join Now