ନିଜ ପତ୍ନୀଙ୍କୁ ୫୭ ଥର ହାଣିଲା ସ୍ୱାମୀ

୫୭ ବର୍ଷ ପରେ ୫୭ ଖଣ୍ଡ ହାଣିଲା। ଏଭଳି ଆଶ୍ଟର୍ଯ୍ୟଚକିତ ଘଟଣା ହଇଚଇ ଖେଳାଇଦେଇଛି ବିହାରରେ। ବିବାହର ୫୭ ବର୍ଷ ପରେ ଏମିତି କଅଣ ହେଲା ଯେ। ନିଜ ପତ୍ନୀଙ୍କୁ ୫୭ ଥର ହାଣିଲା ସ୍ୱାମୀ। ବିହାରର ଅରଓ୍ୱଲରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ବୀରବଲ ପ୍ରସାଦଙ୍କ ଏଭଳି କାରନାମା ପଛରେ କଅଣ କାରଣ ଥିଲା। ଯିଏ ବି ଜାଣୁଛି, ତାଜୁବ୍ ହୋଇଯାଇଛି।

ନିଜ ପତ୍ନୀଙ୍କୁ ୫୭ ପିସ୍ କଲା ସ୍ୱାମୀ। ବିବାହର ୫୭ ବର୍ଷ ପୁରିବା ପରେ ବି କାହିଁକି ଏମିତି ନାରକୀୟ କାଣ୍ଡ ଘଟାଇଲା ପିଶାଚ ସ୍ୱାମୀ। ବିହାରର ଅରଓ୍ୱଲ ଜିଲ୍ଲା ମେହନ୍ଦିଆ ଥାନା ଅନ୍ତର୍ଗତ ଜମ୍ମୁହାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପତ୍ନୀଙ୍କୁ ଏଭଳି ନିର୍ମମ ହତ୍ୟା କରିଛନ୍ତି ଅବସରପ୍ରାପ୍ତ ଶିକ୍ଷକ ସ୍ୱାମୀ ବୀରବଲ ପ୍ରସାଦ। ନିଜ ଦାଦାଙ୍କ ସହ ଅବୈଧ ସମ୍ପର୍କ ଥିବା କଥା ପତ୍ନୀ ସ୍ୱୀକାର ପରେ ହିଂସ୍ରିକ ହୋଇଯାଇଥିଲେ ବୀରବଲ। ଯେଉଁ ଦାଦାଙ୍କର ୮ ବର୍ଷ ତଳୁ ପରଲୋକ ହୋଇସାରିଛି। ଅବୈଧ ସମ୍ପର୍କ କଥା ଶୁଣି ରାଗିପାଚି ଲାଲ୍ ହୋଇଯାଇଥିଲେ ବୀରବଲ। ଆଉ ହିତାହିତ ଜ୍ଞାନ ଭୁଲି ପତ୍ନୀ ସୁମତି ସିହ୍ନାଙ୍କୁ ଧାରୁଆ ଅସ୍ତ୍ରରେ ହାଣିଥିଲେ। ରାଗ ଏତେ ପଞ୍ଚମକୁ ଉଠିଥିଲା ଯେ, ୫୭ ଖଣ୍ଡ କରିଦେଲେ ସୁମତିଙ୍କ ଶରୀରକୁ। ଅଭିଯୁକ୍ତ ବୀରବଲ କହିଛନ୍ତି ଯେ, ବିବାହକୁ ୫୭ ବର୍ଷ ପୁରିଥିଲା। ସେଥିଲାଗି ୫୭ ଖଣ୍ଡ କଲି। ଘଟଣା ବାବଦରେ ସୂଚନା ପାଇବା ପରେ ମେହନ୍ଦିଆ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ପହଞ୍ଚି  ଶବ ବ୍ୟବଛେଦ ପାଇଁ ପଠାଇଥିଲା।

ସେପଟେ ଘଟଣାକୁ ନେଇ ଏସ୍‌ପି କହିଛନ୍ତି, ଏହାର ତଦନ୍ତ ଜାରି ରହିଛି। ଅଭିଯୁକ୍ତ ବୀରବଲକୁ ଗିରଫ କରାଯାଇଛି। ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୀରବଲକୁ। ପରିବାରର ଅନ୍ୟମାନଙ୍କୁ ଏକ ଘରେ ବନ୍ଦ କରି ଏଭଳି ନାରକୀୟ କାଣ୍ଡ ଘଟାଇଥିଲା ଅଭିଯୁକ୍ତ। ଅପରାହ୍ନ ଗୋଟାଏରେ ପିଲା ସ୍କୁଲରୁ ପଢ଼ି ଘରକୁ ଆସି ରକ୍ତ ଜୁଡୁବୁଡ଼ୁ ଶରୀର ଦେଖି ପାଟି କରିଥିଲେ। ହାତରେ ଛୁରୀ ଧରି ନିଜ ନାତି, ବୋହୂ ଓ ଗାଁ ଲୋକଙ୍କୁ ଭୟଭୀତ କରାଇଥିଲେ ବୀରବଲ। କିନ୍ତୁ ପୁଲିସ ପହଞ୍ଚି କାବୁ କରିଥିଲା।

ପରକୀୟା ପ୍ରୀତିର କରୁଣ ପରିଣତି ଭୋଗିଲେ ସୁମତି। ଦୀର୍ଘ ବର୍ଷ ପରେ ନିଜ ଦାଦାଙ୍କ ସହ ଅବୈଧ ସମ୍ପର୍କ କେଉଁ ପରିସ୍ଥିତିରେ ସ୍ୱୀକାର କଲେ ସୁମତି। କାହିଁକି ଏତେ ଦିନ ପରେ ଏ କଥା ପଡ଼ିଥିଲା ସ୍ୱାମୀ ସ୍ତ୍ରୀଙ୍କ ଭିତରେ। ଏମିତି ତମାମ ପ୍ରଶ୍ନ ବି ସମସ୍ତଙ୍କୁ ଆନ୍ଦୋଳିତ କରୁଛି।

ବ୍ୟୁରୋ ଇନପୁଟ୍ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *