ପ୍ରୀତି ସୁଦାନ ୟୁପିଏସସିର ନୂଆ ଅଧ୍ୟକ୍ଷ

ଆଇଏଏସ ଅଧିକାରୀ ତଥା ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସମ୍ବିଧାନର ଧାରା ୩୧୬ଏ ଅଧୀନରେ ଅଗଷ୍ଟ ୧ରେ ସେ ଦାୟିତ୍ବ ଗ୍ରହଣ କରିବେ। ଏନେଇ ନିଜେ ପ୍ରୀତି ସୁଦାନ ଏକ ସମ୍ବାଦ ସରବରାହ ସଂସ୍ଥାକୁ ସୂଚନା ଦେଇଛନ୍ତି। ପ୍ରୀତି ସୁଦାନ ଆନ୍ଧ୍ରପ୍ରଦେଶ କ୍ୟାଡରର ୧୯୮୩ ବ୍ୟାଚ୍ ଆଇଏଏସ ଅଧିକାରୀ ଏବଂ ୨୦୨୦ରେ ସେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପଦରୁ ଅବସର ଗ୍ରହଣ କରିଥିଲେ। ବର୍ତ୍ତମାନ ଆୟୋଗର ଜଣେ ସଦସ୍ୟ ଥିବା ପ୍ରୀତି ସୁଦାନ ମନୋଜ ସୋନିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। କିଛି ଦିନ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ସୋନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *