ହିମାଚଳପ୍ରଦେଶରେ ବରଫ ବର୍ଷା ଜାରି। ଫସିଲେ ହଜାର ହଜାର ପର୍ଯ୍ୟଟକ। ବର୍ତ୍ତମାନ ଶୀତ ଦିନ ଚାଲିଥିବା ସମୟରେ ସମସ୍ତେ ପରିବାର ସହ ବୁଲିବାକୁ ପସନ୍ଦ କରିଥାନ୍ତି। ହେଲେ ଏବେ ବଡଦିନ ଏବଂ ନୂଆବର୍ଷ ଛୁଟି ଥିବାରୁ ସମସ୍ତେ ନିଜ ନିଜ ମନ ପସନ୍ଦର ସ୍ଥାନକୁ ବୁଲିବାକୁ ଯାଉଥିବା ଦେଖିବାକୁ ମିଳିଛି। ତେବେ ଏତିକି ବେଳେ ହିମାଚଳପ୍ରଦେଶରେ ବରଫ ପଡୁଥିବା ବେଳେ ପର୍ଯ୍ୟଟକମାନେ ଏହାର ଖୁବ ମଜା ନେଉଛନ୍ତି। ତେବେ ମନାଲିରେ ପ୍ରବଳ ବରଫ ବର୍ଷା ଯୋଗୁଁ ହଜାର ହଜାର ପର୍ଯ୍ୟଟକମାନେ ଫସି ରହିଥିବା ସୂଚନା ମିଳିଛି। ସୋଲାଙ୍ଗରୁ ଅଟଳ ଟନେଲ ମଧ୍ୟରେ ଶହଶହ ଗାଡି ଫସି ରହିଛି। ସେପଟେ ଅଧିକ ଗହଳି ଯୋଗୁଁ ଫସି ଥିବା ଗାଡିଗୁଡିକ ମଧ୍ୟରୁ ୭୦୦ରୁ ଧିକ ଗାଡିକୁ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now