ଜମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲା କୋକେରନାଗର ଡାକସୁମ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ଜଣାପଡ଼ିଛି। କାରରେ ଯାଉଥିବା ସମସ୍ତ ୮ ଜଣ ଲୋକ ଖାଲକୁ ଖସି ପଡ଼ିଥିଲେ। ଦୁର୍ଘଟଣାଗ୍ରସ୍ତ ସୁମୋ ଗାଡ଼ିଟି ଜମୁ ଅଞ୍ଚଳର କିସ୍ତୱାରରୁ ଆସୁଥିଲା। ଡାକ୍ସମ ନିକଟରେ ଅନିୟନ୍ତ୍ରିତ ଭାବରେ ଏହା ରାସ୍ତା ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୫ ଜଣ ଶିଶୁ, ୨ ଜଣ ମହିଳା ଓ ଜଣେ ପୁରୁଷ ପୁଲିସ କର୍ମଚାରୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ କୁ ବାହାର କରିଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଦୁର୍ଘଟଣା ପରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now