ନୀତି ଆୟୋଗ ବୈଠକ : ଅସନ୍ତୋଷ ଝାଡିଲେ ମମତା ବାନାର୍ଜୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର ନବମ ଗଭର୍ଣ୍ଣି କାଉନସିଲ ବୈଠକ ବସିଛି। ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ସାମିଲ ହୋଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି ବୈଠକରେ ସାମିଲ ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ସାମିଲ ହୋଇଥିବା ବେଳେ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ପଞ୍ଜାବ, କେରଳ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ  ହୋଇନାହାନ୍ତି।  ଅନ୍ୟପଟେ ମମତା ବାନାର୍ଜୀ ଏହି ବୈଠକରେ ସାମିଲ ହୋଇଥିଲେ ମଧ୍ୟ ବୈଠକରୁ ବାହାରିବା ପରେ ରୋଷ ଝାଡିଛନ୍ତି। ମମତା କହିଛନ୍ତି, ମୁଁ କହୁଥିବା ବେଳେ ମାଇକ ବନ୍ଦ କରି ଦିଆଗଲା। ଅନ୍ୟମାନଙ୍କୁ ୧୦ରୁ ୨୦ ମିନିଟ୍ କହିବାକୁ ସୁଯୋଗ ଦିଆଯାଇଥିବା ବେଳେ ମୋତେ ମାତ୍ର ୫ ମିନିଟ୍ କହିବାକୁ ସୁଯୋଗ ମିଳିଲା। ବିରୋଧୀ ଦଳର ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହୋଇନଥିବା ବେଳେ ମୁଁ ବୈଠକରେ ଯୋଗ ଦେଇଥିଲି। କିନ୍ତୁ ମୋତେ ମଧ୍ୟ କହିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିଲାନି। ଏହା କେବଳ ବେଙ୍ଗଲ ପ୍ରତି ଅପମାନ ନୁହେଁ ବରଂ ସମସ୍ତ ଆଞ୍ଚଳିକ ଦଳ ପ୍ରତି ଅପମାନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *