ବାଦଲଫଟା ବର୍ଷାରେଉବୁଟୁବୁ ଦିଲ୍ଲୀ। ଭୀଷଣ ବର୍ଷା ଯୋଗୁଁ ଦିଲ୍ଲୀର ତଳିଆ ଅଂଚଳରେ ପାଣି ଜମିଛି। ରାଜରାସ୍ତାରେ ପାଣିରେ ବୁଡ଼ିଯିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଇଛି । ବିଶେଷ କରି ଦିଲ୍ଲୀ ଗାଜିଆୱାଦ ରାସ୍ତା ଓ ଗୁରୁଗ୍ରାମରୁ ଦିଲ୍ଲୀ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଗାଜିପୁର ସାପ୍ତାହିକ ବଜାର ଅଂଚଳରେ ମା-ପୁଅ ଡ୍ରେନରେ ଖସିପଡି ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ସବଜିମଣ୍ଡି ଅଂଚଳରେ ଗୋଟିଏ ଦୋକାନ ଭୁଶୁଡ଼ିପଡ଼ିବାରୁ ଜଣେ ଆହତ ହୋଇଛନ୍ତି । ଦିଲ୍ଲୀ-ଏନସିଆରରେ ବର୍ଷା ପାଇଁ ରେଡ଼ ଅଲର୍ଟ ଜାରି କରିଥିବାରୁ ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି ସୂଚନା ମିଳିଛି । ବୁଧବାର ସନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ସ୍ୱଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଗୋଟିଏ ଘଣ୍ଟାରେ ୧୧୨ ମିଲିମଟର ବର୍ଷା ରେକର୍ଡ କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now