ବିଭବଙ୍କ ଆଚରଣ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ସ୍ୱାତୀ ମାଲିଓ୍ୱାଲଙ୍କୁ ଆକ୍ରମଣ ଘଟଣାରେ ଆଚମ୍ୱିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଆବାସିକ ଘରେ ଜଣେ ଗୁଣ୍ଡା ପଶି ଏଭଳି ଆଚରଣ କଲା କେମିତି। ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା କଅଣ କାହାର ପ୍ରାଇଭେଟ୍ ଘର କି। ସେ ଅଫିସକୁ ଜଗିବାକୁ କଅଣ ଗୁଣ୍ଡା ରଖାଯାଇଛି କି ବୋଲି ପଚାରିଛନ୍ତି କୋର୍ଟ। ଏଭଳି ଅଶୋଭନୀୟ ଆଚରଣରୁ ନିବୃତ୍ତ ରହିବାକୁ ସ୍ୱାତୀ କହିବା ସତ୍ତ୍ୱେ ବି ସେ ତାଙ୍କୁ ବିଧା ଗୋଇଠା ମାରିଚାଲିଲେ। ବିଭବ କୁମାରଙ୍କ ମୁଣ୍ଡକୁ କଅଣ କ୍ଷମତାର ପିତ୍ତ ଚଢ଼ିଯାଇଥିଲା କି ବୋଲି ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। କେଜରିଓ୍ୱାଲଙ୍କ ଘରେ ବିଭବ କୁମାର ସ୍ୱାତୀଙ୍କ ପେଟକୁ ଗୋଇଠା ମାରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *