ଅଗଷ୍ଟ ୧୬ରେ ପ୍ରତିବାଦ ରାଲି କରିବେ ଦିଦି। ଅପରାହ୍ନ ୩ଟାରେ ଏହି ରାଲି ବାହାରିବ। ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଙ୍ଗ ସରକାରଙ୍କୁ ଅପମାନିତ କରୁଥିବା ବିରୋଧୀ ଶକ୍ତି ବିରୁଦ୍ଧରେ ଏହି ରାଲି ହେବ। ବିଶେଷ କରି ବିଜେପି ଓ ସିପଆଇଏମ ଯେଭଳି ଭାବରେ ଏଭଳି ସମ୍ୱେଦନଶୀଳ ମାମଲାରେ ହୀନ ରାଜନୀତି କରୁଛି। ସେଥିଲାଗି ଏହି ରାଲି ହେବ ବୋଲି ଆହ୍ୱାନ ଦେଇଛନ୍ତି ଦିଦି। ବିଜେପି ମମତାଙ୍କ ଇସ୍ତଫା ଦାବି କରି ବିଧାନସଭା ଆଗରେ ୨ ଘଣ୍ଟିଆ ଧାରଣା ଦେବା ସହ ବୁଧବାର ସଚିବାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜଭବନକୁ ପଦଯାତ୍ରା କରିଥିଲା। ବିଜେପିର ମହିଳା ମୋର୍ଚ୍ଚା ବି ଶୁକ୍ରବାର ମମତାଙ୍କ ଇସ୍ତଫା ଦାବି କରି ମହମବତୀ ଶୋଭାଯାତ୍ରା କରିବ ବୋଲି ଘୋଷଣା କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now