ହିମାଚଳ ପ୍ରଦେଶରେ ପୁଣି ପ୍ରକୃତିର ତାଣ୍ଡବ। ଶ୍ରୀଖଣ୍ଡ ନିକଟ ବାଗି ପୋଲ ନିକଟରେ ବାଦଲଫଟା ବର୍ଷା ହୋଇଛି। ବାଦଲଫଟା ବର୍ଷାରେ ୪୫ ଜଣ ଲୋକ ଭାସିଯାଇଥିବା ସୂଚନା। ଏନାମଙ୍କ ମଧ୍ୟରୁ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି । ଏନଡିଆରଏଫ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ତେବେ ବର୍ଷା ନେଇ ପୂର୍ବରୁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଥିଲା। ଗତ ୨୪ ଘଣ୍ଟାରେ ମଣ୍ଡି ଜିଲ୍ଲାର ଜୋଗିନ୍ଦର ନଗରରେ ୧୧୦ ମିମି ସହ ସବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଆଇଏମଡି ବିଳାସପୁର, ହମିରପୁର କାଙ୍ଗଡା, ଚମ୍ବା, ଏବଂ ମଣ୍ଡିର ତଳିଆ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now