ଅମରନାଥ ଯାତ୍ରା ଆରମ୍ଭ କରିଛନ୍ତି ୩୧୧୩ ତୀର୍ଥଯାତ୍ରୀ

ଆଜି ସକାଳୁ ଅମରନାଥ ଯାତ୍ରା ଆରମ୍ଭ କରିଛନ୍ତି ତୀର୍ଥଯାତ୍ରୀ । ଅମରନାଥ ଗୁମ୍ଫା ପରିଦର୍ଶନ ପାଇଁ ଜମ୍ମୁର ଭଗବତୀ ନଗର ଯାତ୍ରୀନିବାସ ମୂଳଶିବିରରୁ ୩ ହଜାର ୧୧୩ ଜଣ ତୀର୍ଥଯାତ୍ରୀ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ତୀର୍ଥଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୨୩ଟି ଦଳରେ ଯାଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧ ହଜାର ୧୫୩ ଜଣ ବଲ୍‌ତାଲ୍‌ ମୂଳଶିବିରରୁ ଆଜି ସକାଳ ୨.୫୬ ମିନିଟରେ ଏବଂ ୧ ହଜାର ୯୬୦ ଜଣ ପହଲଗାମ୍‌ ମୂଳ ଶିବିରରୁ ଆଜି ସକାଳ ୩.୪୧ ମିନିଟରେ ଅମରନାଥ ଗୁମ୍ଫାକୁ ଯାତ୍ରା ଆରମ୍ଭ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *